ମହିଳାଙ୍କ ଯନ୍ତ୍ରଣା ଗମ୍ଭିରତା ସହ ନିଆଯାଉ; ଡିଏମକେ ନେତ୍ରୀ କାନିମୋଝି

0

ବ୍ୟୁରୋ : ଭାରତରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସଂସଦରେ ଡିଏମକେ ନେତ୍ରୀ କାନିମୋଝିଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ‘ମଣିପୁର ହେଉ କି ରାଜସ୍ଥାନ କିମ୍ବା ଦିଲ୍ଲୀ, ଯେକୌଣସି ସ୍ଥାନରେ ମହିଳାମାନେ ଯନ୍ତ୍ରଣା ଭୋଗୁଛନ୍ତି, ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ। କିନ୍ତୁ ଏହାକୁ ନେଇ ରାଜନୀତି ହେବା ଉଚିତ ନୁହେଁ।

ଏହିକ୍ରମରେ ସେ ୨୫ ମାର୍ଚ୍ଚ ୧୯୮୯ରେ ତାମିଲନାଡୁ ବିଧାନସଭା ଗୃହ ଭିତରେ ଜୟଲଳିତାଙ୍କ ଶାଢ଼ି ଟାଣିବା ଘଟଣାକୁ ମନେ ପକାଇ କହିଥିଲେ ଯେ ସେ ବିରୋଧୀ ଦଳ ନେତା ଥିଲେ। ଡିଏମକେ ସଦସ୍ୟମାନେ ତାଙ୍କୁ ଅପଦସ୍ଥ କରିବା ସହ ତାଙ୍କର ବିଦ୍ରୁପ କରି ହସିଥିଲେ। ଏଇ ଘଟଣା ପରେ ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ବିଧାନସଭାକୁ ଫେରିବେ ବୋଲି ଜୟଲଳିତା ଶପଥ ନେଇଥିଲେ। ଆଉ ଦୁଇ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଫେରିଥିଲେ।