ବାଲେଶ୍ୱର/ ଶରତ ନାୟକ: ବିଶ୍ୱାସ ଅନ୍ଧ ବିଶ୍ୱାସ ଘେରରେ ଛନ୍ଦି ହୋଇ ରହିଛି ମାନବ ସମାଜ | ଆଜିର ସମାଜ ବହୁ ଆଗକୁ ଆଗକୁ ଯାଉଥିବା ବେଳେ , ଆଦିବାସି ସମ୍ପ୍ରଦାୟ ର ଲୋକମାନେ ଏବେବି ପୁରୁଣା ପ୍ରଥାକୁ ମାନୁଥିବା ଜଣା ପଡ଼ିଛି । କାରଣ ଆପଣ ଜାଣନ୍ତି ଯେ, ପୁଅ-ଝିଅ ବିବାହ ଏକ ସାଧାରଣ କଥା | ହେଲେ କୁକୁର ସହ ନିଜ ପିଲାକୁ ବିବାହ ଶୁଣିଛନ୍ତି କି? କୁଆଡେ କୁକୁର ସହ ବାହା କରାଇଲେ ରିଷ୍ଟ ଖଣ୍ଡନ ହୋଇଥାଏ | ସେଇଥି ପାଇଁ କୁକୁର ସହ ବାହାଘର କରାଯାଏ l ଆଉ ଏପରି ହୋଇଛି | ଏପରି ଏକ ଅନ୍ଧବିଶ୍ବାସ ସମ୍ପର୍କିତ ଘଟଣା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗାଁରେ ଦେଖିବାକୁ ମିଲିଛି । ଗତକାଲି ଦୁଇଜଣ ଶିଶୁ ସହିତ କୁକୁରକୁ ବିବାହ କରିଥିଲେ l ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି ଯେ ଛୁଟ ପିଲାଟିର ଯଦି ପ୍ରଥମେ ଉପର ଦାନ୍ତ ଉଠେ, ତେବେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଇଥାନ୍ତି। ତା’ର ରିଷ୍ଟ ଖଣ୍ଡନ ପାଇଁ ପିଲାଟିକୁ ସାହାଡ଼ା ଗଛ କିମ୍ବା କୁକୁର ସହ ବିବାହ କରାଇଦେଲେ ରିଷ୍ଟ ଖଣ୍ଡନ ହୁଏ। ପରେ କୁକୁରଟି ରୋଗଗ୍ରସ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ିଥାଏ। ପିଲାଟି ସୁସ୍ଥ ହୋଇଯାଏ ବୋଲି ବିଶ୍ବାସ ରହି ଆସିଛି। ଏହି ବାହାଘର ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ କରାଯାଇଛି। ଦରି ସିଂଙ୍କ ପୁଅ ସହିତ ଏକ ମାଈ କୁକୁର ଏବଂ ମଛୁଆ ସିଂଙ୍କ ଝିଅ ସହିତ ଏକ ଅଣ୍ଡିରା କୁକୁରର ବାହାଘର ହୋଇଛି। ଭୋଜି ଭାତ ହେବ ସହ ବାଜା ବଜାଇ ଧୁମ ଧାମ ରେ କରାଯାଇଛି ବାହାଘର | ନାଚ ଗୀତରେ ହାଣ୍ଡିଆ ଖାଇ ବନ୍ଧ ସାହିରେ ଦିନ ତମାମ ମସ୍ତି କରିବାସହ ବନ୍ଧୁ ବାନ୍ଧବ ଓ ଗାଁ ଲୋକେ ବେଶ୍ ମାଜାନେଇଥିଲେ l ମାତ୍ର ଏଭଳି ପ୍ରଥାକୁ ସେଠିକାର ବାସିନ୍ଧା ପରମ୍ପରର ଆଖ୍ୟା ଦେଉଥିବାବେଳେ, ବୁଦ୍ଧିଜୀବୀ ଏହାକୁ ଅନ୍ଧ ବିଶ୍ୱର ଆଖ୍ୟା ଦେଇଛନ୍ତି |