ରୋଡ଼ ସେଲ ଯୋଗେ କୋଇଲାର ପରିମାଣ କମାଉଛନ୍ତି ଏମସିଏଲ କର୍ତୁପକ୍ଷ

0

( ମନିଲ କୁମାର ମାହରଣା): ତାଳଚେରର ବିଭିନ୍ନ କୋଇଲାଖଣିରୁ ଏବେ ସ୍ଥାନୀୟ ବ୍ୟବସାୟୀଙ୍କୁ ଲୋକାଲ ରୋଡ଼ ସେଲରେ କୋଇଲା ମିଳିବାରେ ଅସୁବିଧା ସୃଷ୍ଟି ହେଇଛି । ଫଳରେ ଏବେ ନିଜ ଟ୍ରକରେ କୋଇଲା ପରିବହନ ପାଇଁ ଆବଶ୍ୟକୀୟ କୋଇଲା ପାଉନାହାଁନ୍ତି ବୋଲି ସେମାନେ ଆଜି ଏକ ବୈଠକରେ ଅଭିଯୋଗ କରିଛନ୍ତି କ୍ଷ ତାଳଚେରଠାରେ ଏମସିଏଲ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ କୋଇଲାଖଣିରେ ଏବେ ପ୍ରାୟ ୫ ହଜାର ଟ୍ରକ କୋଇଲା ପରିବହନ କାର୍ୟ୍ୟରେ ନିୟୋଜିତ ଅଛନ୍ତି । ତାଳଚେର ପ୍ରାୟ ୨ ହଜାର ଟ୍ରକ ମାଲିକ କୋଇଲା କ୍ରୟ କରି ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଦେଇଥାନ୍ତି । ତେବେ ଏମସିଏଲ କର୍ତୃପକ୍ଷ ଦିନକୁ ଦିନ ରୋଡ଼ ସେଲ ଯୋଗେ କୋଇଲାର ପରିମାଣ କମାଉଛନ୍ତି କ୍ଷ ଫଳରେ ଏବେ ଟ୍ରକ ମାଲିକମାନେ କୋଇଲା ନପାଇ ଆର୍ଥିକ ଭାବେ ଦୁର୍ବଳ ହୋଇ ଚାଲିଛନ୍ତି । ଯଦି ଆଗାମୀ ୨୧ ତାରିଖ ମଧ୍ୟରେ ଏମସିଏଲ ଏ ସମ୍ପର୍କରେ ପୁନର୍ବିଚାର ନ କରେ ତେବେ ୨୨ ତାରିଖ ଆର୍ଥତ ଆସନ୍ତା କାଲି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇ ଏମସିଏଲକୁ ସମ୍ପୂର୍ଣ ଅଚଳ କରି ଦିଆଯିବ ବୋଲି ତାଳଚେରର ଟ୍ରକ ମାଲିକମାନେ କହିଛନ୍ତି ।