( ମନିଲ କୁମାର ମହାରଣା): ୨ ଦଫା ଦାବୀ ନେଇ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଆଗାମୀ ଜାନୁୟାରୀ ୪ ତାରିଖରେ ତାଳଚେର ବନ୍ଦ ଆନ୍ଦୋଳନ କରାଯିବ ବୋଲି ଏହାର କାର୍ୟ୍ୟକର୍ତ୍ତା ପ୍ରକାଶ କରିଛନ୍ତି । ତାଳଚେରଠାରେ ଏମସିଏଲ ପକ୍ଷରୁ ଏକ ମେଡ଼ିକାଲ କଲେଜ ନିର୍ମାଣ କାର୍ୟ୍ୟ ସରିଯାଇଛି ।ତେବେ ରାଜନୈତିକ ଛକାପଞ୍ଝାରେ ଏହା କାର୍ୟ୍ୟକ୍ଷମ ହେବାରେ ବିଳମ୍ବ ଘଟୁଛି କ୍ଷ ଯଦ୍ୱାରା ଆଶାୟୀ ଛାତ୍ର ଛାତ୍ରୀ ନାମ ଲେଖାଇ ପାରୁନାହାନ୍ତି ବୋଲି ସମିତି ପକ୍ଷରୁ ଅଭିଯୋଗ କରା ଯାଇଛି କ୍ଷ ସେହିପରି ତାଳଚେର ଏକ ଶିଳ୍ପସମୃଦ୍ଧ ଅଞ୍ଚଳ ହୋଇ ଥିବାରୁ ପ୍ରଦୁଷଣର ମାତ୍ରା ବଢିଚାଲିଛି କ୍ଷ କିନ୍ତୁ ପ୍ରତିକାର କରାଯାଉନି ।ଏଥିପାଇଁ ଏବେ ତାଳଚେର ଦେଶର ଅନ୍ୟତମ ପ୍ରଦୂଷିତ ବହୁଳ ସହର ପାଲଟିଛି କ୍ଷ ଦିନକୁ ଦିନ ଏଠାରେ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି ।ଏଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ପଦ କ୍ଷେପ ନେବାକୁ ଦାବି କରି ଉପ ଜିଲ୍ଲାପାଳଙ୍କ ଜରିଆରେ ଆଜି ତାଳଚେର ପରିବେଶ ସୁରକ୍ଷା ସମିତିର କାର୍ୟ୍ୟକର୍ତ୍ତାମାନେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।