ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି।

0

(ତାଳଚେର) :  ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ।  ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଫଳରେ ତାଳଚେର ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି।

 

ଏହାସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହି ବନ୍ଦକୁ ତାଳଚେର ବସ୍ ମାଲିକ ସଂଘ ସମର୍ଥନ ଜଣାଇଛି।  ତୁରନ୍ତ ତାଳଚେର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାକୁ କ୍ରିୟାନୁଷ୍ଠାନ ଦାବି କରିଛି।

 

ସୂଚନାନୁଯାୟୀ , ତାଳଚେର ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ୍ ଟଙ୍କା ଦେବାକୁ ରାଜି ହୋଇଥିଲା। ରାଜ୍ୟ ସରକାର ମଧ୍ୟ ଏହାକୁ ଚଳାଇବେ ବୋଲି ଘୋଷଣା କରିଥିଲେ। ହେଲେ ଏକମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମେଡିକାଲ କଲେଜ ପରିଚାଳନାର କିଛି ଅଗ୍ରଗତି ହୋଇ ନାହିଁ। ତୁରନ୍ତ ତାଳଚେର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାକୁ କ୍ରିୟାନୁଷ୍ଠାନ ଦାବି କରିଛି। କେବେ ମେଡିକାଲ କଲେଜ ପରିଚାଳନା କରାଯିବ ସେ ନେଇ ରାଜ୍ୟ ସରକାରଙ୍କ ନିକଟରୁ ନିର୍ଦ୍ଧିଷ୍ଟ ସମୟ ଘୋଷଣା କରାଯାଉ ବୋଲି ଦାବି କରିଛି।