ପ୍ରଥମ ଥର ତାଳଚେର ରେ ଅନୁଷ୍ଠିତ ହେଲା ତାଳଚେର ମହୋତ୍ସସବ l

0

ତାଳଚେର / ଉତ୍ତମ ଦାସ: ତାଳଚେରର କଳା, ସଂସ୍କୃତି ଓ ଐତିହକୁ ପ୍ରଚାର ପ୍ରସାର କରିବା ପାଇଁ ଗତକାଲି ଠାରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଇ ଯାଇଛି “ତାଳଚେର ମହୋତ୍ସବ” ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରି ମେଳା । ଏହି କାର୍ଯ୍ୟକ୍ରମକୁ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀବ ତିର୍କୀ ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବିଧାୟକ ଶ୍ରୀମାନ ମୁକେଶ କୁମାର ପାଳ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ତଥା ଅନୁଗୋଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନୁ ବିହାରୀ ଦାସ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ତାଳଚେର/କଣିହାଁ/ତାଳଚେର ପୌରପରିଷଦ ଅଧ୍ୟକ୍ଷ, ତାଳଚେର ଉପ ଜିଲ୍ଲାପାଳ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।