ତାଳଚେରରେ ମାଟି ଧସିବା ଘଟଣା ସ୍ଥଳ ଅନୁଧ୍ୟାନ କଲେ ଡେପୁଟି ଡାଇରେକଟର

0

(ମନିଲ କୁମାର ମହାରଣା): ତାଳଚେର ପୌରାଞ୍ଚଳରେ ଶାନ୍ତିଲତା ବାଇଙ୍କ ଘରେ ଚଟାଣ ଫାଟି ମାଟି ଧସି ହୋଇଥିଲା । ଏହି ଘଟଣାରେ ସଠିକ ପ୍ରତିକାର ବ୍ୟବସ୍ଥା ଗ୍ରହଣ ଏବଂ ଭୂତଳ ଖଣିରେ ପର୍ୟ୍ୟାପ୍ତ ପରିମାଣରେ ବାଲି ଫିଲିଙ୍ଗ କରି ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବୀ ନେଇ ତାଳଚେର ବାସୀ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ ।ଏନେଇ ଆଜି ଗର୍ତ୍ତ ସ୍ଥଳକୁ ଡେପୁଟି ଡାଇରେକଟର, ଅଫ ମାଇନ୍ସ ସେଫଟି ନଗେନ୍ଦ୍ର କୁମାର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ କ୍ଷ ଆଗାମୀ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ ଯାଇ କେଉଁ କାରଣରୁ ମାଟି ଧସିଲା ସେ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଥିଲେ କ୍ଷ ଅପରପକ୍ଷରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ସମେତ ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତାମାନେ ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବାସହ ଅନୁଗୋଳ ଜିଲ୍ଲାପାଳ ଅଦ୍ୟାବଧି ତାଳଚେର ଆସି ଘଟଣାସ୍ଥଳ ପରିଦର୍ଶନ କରିନଥିବାରୁ ଅସନ୍ତୋଷ ପ୍ରକଟ କରିଥିଲେ କ୍ଷ ପୋଲିସ ପ୍ରଶାସନ ରାତି ଅଧିଆ ଆନ୍ଦୋଳନକାରୀଙ୍କୁ ଉଠାଇ ନେବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ
.