ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ ହୋଇଛି। । ଭରତପୁର କ୍ୟାମ୍ପ ଅଫିସ ନିକଟରୁ ଟାଇମର ବୋମା ଜବତ କରାଯାଇଛି। ବୋମାଟି କୁଆଡୁ ଆସିଲା, କିଏ ପକାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛି।ତେବେ ତାଳଚେର ବିଧାୟକ ଏହି ବମ କେହି କୁଚକ୍ରୀ ବ୍ୟକ୍ତି ପକାଇ ଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି । ବମ ସ୍କ୍ୱାର୍ଡ ଟିମକୁ ଡକାଯାଇଛି ଏବଂ ସେମାନେ ଆସିଲେ ବୋମା ରଖିବାର ସତ୍ୟତା ଜଣାପଡିବ ବୋଲି ତାଳଚେର ଏସଡିପିଓ ମାନସ ବାରିକ କହିଥିବା ସୂଚନା ରହିଛି ।