ନୂଆ ଆଡ଼ିସନାଲ ଏସପି କାର୍ଯ୍ୟାଳୟ ଉଦ୍ଘାଟିତ

0

(ମନିଲ ମହାରଣା) : ଆଜି ତାଳଚେର ଦେଉଲବେଡ଼ା କଲୋନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନୂତନ କାର୍ଯ୍ୟାଳୟକୁ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଉଦ୍ଘାଟନ କରିଛନ୍ତି । ତାଳଚେର ନୂତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ସନ୍ତୋଷ କୁମାର ମିଶ୍ର ଏହି କାର୍ଯ୍ୟାଳୟ ଭାର ସମ୍ଭାଳିବେ ବୋଲି ଏସପି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି । ତାଳଚେର ଅଞ୍ଚଳରେ ଦିନକୁ ଦିନ ଚୋରିି ଡ଼କାୟତି, ରାହାଜାନି ଆଦି ବୃଦ୍ଧି ପାଉଥିବା ବେଳେ ଆଇନ ଶୃଙ୍ଗଳା ପରିସ୍ଥିତିକୁ ସଜାଡ଼ିବେ ବୋଲି ଏସପି ଆଶା ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।