(ମନିଲ କୁମାର ମହାରଣା): କେନ୍ଦ୍ର ସରକାର ପେଟ୍ରୋଲ ଦର ୨.୫୦ ପଇସା କମାଇଥିବା ବେଳେ ଅଧିକ ଟିକସ ଅସୁଲ କରୁଥିବା ରାଜ୍ୟ ସରକାର ତୈଳ ଦର ହ୍ରାସ କରିବାକୁ ମନା କରୁଛନ୍ତି । ଫଳରେ ଓଡ଼ିଶାର ଉପଭୋକ୍ତା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଅନୁରୋଧ ରଖି ଅନେକ ରାଜ୍ୟ ମଧ୍ୟ ୨.୫୦ ପଇସା ଛାଡ଼ କରିଛନ୍ତି । ଫଳରେ ସାଧାରଣ ଜନତା ୫ ଟଙ୍କା ରୁ ଉର୍ଧ୍ଵ ପେଟ୍ରୋଲ ଉପରେ ଛାଡ଼ ପାଇଛନ୍ତି । କିନ୍ତୁ ନବୀନ ସରକାର ଜିଦଖୋର ମନୋଭାବ ରଖି ତୈଳ ଦର କମାଉ ନାହାଁନ୍ତି । ଏହି ପ୍ରତିବାଦ ରେ ଆଜି ବିଜେପି ପକ୍ଷରୁ ତାଳଚେର ଠାରେ ଏକ ବିକ୍ଷୋଭ ଶୋଭା ଯାତ୍ରା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା, ନଗର ମଣ୍ଡଳ ସଭାପତି ଯଶୋବନ୍ତ ଦାସ,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ମିଡିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ୟ୍ୟକର୍ତା ଏକ ଶୋଭାଯାତ୍ରାରେ ପ୍ରଥମେ ତାଳଚେର ସହର ପରିକ୍ରମା କରି ହାଟତୋଟା ମଙ୍ଗଳା ମନ୍ଦିରଠାରେ ଏକ ବିକ୍ଷୋଭ ସଭକ୍ଷ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।