ବ୍ୟୁରୋ : ଓସ୍କାର ପୁରସ୍କାର ଦୌଡ଼ରେ ‘ଅନୁଜା’ ଭାରତୀୟ ସିନେମାର ପ୍ରତିନିଧିତ୍ବ କରିବ। ଓସ୍କାର – ୨୦୨୫ ପାଇଁ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ଅନୁଜା’ ମନୋନୀତ । ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି । ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ଫିଲ୍ମ ନିର୍ମିତ ହୋଇଛି।
ଓସ୍କାର ପାଇଁ ୮୦ଟି ସିନେମାର ତୀବ୍ର ପ୍ରତିଯୋଗିତା ହୋଇଥିଲା । ସେଥିମଧ୍ୟରୁ ୫ଟି ସିନେମା ଚୂଡାନ୍ତ ପର୍ଯ୍ୟାୟକୁ ମନୋନିତ ହୋଇଛି । ସେହି ୫ଟି ସିନେମା ମଧ୍ୟରେ ଏବେ ପ୍ରତିଯୋଗିତା ହେବ । ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମା ଗୁଡିକୁ ହେଉଛି ; ଆଲିଏନ୍, ଆଇ ଆମ୍ ନଟ୍ ଏ ରୋବଟ୍, ଦ ଲାଷ୍ଟ୍ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍ ନଟ୍ ରିମେନ୍ ସାଇଲେଣ୍ଟ । ତେବେ ଓସ୍କାର ନିମନ୍ତେ ଗୁନୀତଙ୍କ ଏହା ତୃତୀୟ ମନୋନୟନ ।
ପୂର୍ବରୁ ତାଙ୍କର ଦ ଏଲିଫାଣ୍ଟ ହ୍ବିସପରର୍ସ ଏବଂ ପିରିୟଡ୍, ଦ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମା ପାଇଁ ଗର୍ବ ଆଣିଛି ।