ଭୁବନେଶ୍ୱର : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି | ବିଆରଏସ୍ ନେତାଙ୍କୁ ବିଜୟ ମହାପାତ୍ର ଭେଟିବା ପରେଭାରତ ରାଷ୍ଟ୍ର ସମିତିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।ବିଆରଏସରେ ଓଡିଶାର ବହୁ ନେତା ସାମିଲ ହେବା ପରେ ବିଜୟ ମହାପାତ୍ର ନୂଆ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ବିଆରଏସର ଓଡିଶା ନେତାମାନେ ବି ବିଜୟ ମହାପାତ୍ରଙ୍କ ସହ ଯୋଗାଯୋଗରେ ଥିବା ସୂଚନା ଦେଇଥିଲେ । ଏହି ଘଟଣାକୁ ନେଇ ବିଜୟ ମହାପାତ୍ର ଗଣମାଧ୍ୟମ ଆଗରେ କହିଛନ୍ତି ବିଆରଏସ ନେତାଙ୍କୁ କଂଗ୍ରେସ, ବିଜେପି, ବିଜେଡି ନେତା ଭେଟୁଛନ୍ତି । କିଏ କିଏ ଭେଟୁଛନ୍ତି କହିବାକୁ ମନା କରିଥିଲେ ବି ସବୁ ଦଳର ନେତା ଭେଟୁଛନ୍ତି ବୋଲି କହିଛନ୍ତି ।