ବ୍ୟୁରୋ : ଅଭିନେତା ଅକ୍ଷୟ କୁମାର ନିଜ ଫିଲ୍ମ ‘ସ୍କାଇ ଫୋର୍ସ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଜାନୁଆରୀ ୨୪ ତାରିଖରେ ତାଙ୍କ ଅଭିନିତ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଖିଲାଡି କୁମାର୍ ଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ମଧ୍ୟ ଚାତକ ପରି ଚାହିଁବସିଛନ୍ତି । ଏହାରି ଭିତରେ ବହୁପ୍ରତିକ୍ଷୀତ ସିନେମା ‘କନ୍ନପା’ ର ଫାଷ୍ଟ୍ ପୋଷ୍ଟର୍ ଅକ୍ଷୟ ନିଜର ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରିଛନ୍ତି ।
ପୋଷ୍ଟର୍ ଦେଖିବା ପରେ ଫ୍ୟାନ୍ସଙ୍କ ଅପେକ୍ଷାର ଧର୍ୟ୍ୟ ଭାଙ୍ଗିପଡ଼ିଛି କହିଲେ କିଛି ଭୁଲ୍ ହେବନାହିଁ । ପୋଷ୍ଟରରୁ ଯାହା ଜଣାପଡିଛି ଫିଲ୍ମରେ ଭଗବାନ ଶିବଙ୍କ ଅବତାରରେ ଅଭିନେତା ନଜର ଆସୁଛନ୍ତି । ଗୋଟିଏ ହାତରେ ଡ଼ମ୍ବରୁ ଏବଂ ଆର ହାତରେ ତ୍ରିଶୂଳ ଦେଖିବାକୁ ମିଳୁଛି । ନୀଳକଣ୍ଠ ସାଙ୍ଗକୁ ବେକରେ ରୁଦ୍ରାକ୍ଷ । ସ୍ବୟଂ ମହାଦେବଙ୍କ ଅବିକଳ ପରି ଦିଶୁଛନ୍ତି ଅଭିନେତା ।
ଅକ୍ଷୟ କୁମାରଙ୍କ ପୋଷ୍ଟର କ୍ୟପ୍ସନ୍ ରେ ଲେଖା ରହିଛି, ଭଗବାନ ଶିବ ଆମକୁ ଏ ଦିବ୍ୟ ଯାତ୍ରାରେ ମାର୍ଗଦର୍ଶନ କରିବାର ସତସାହସ ଦିଅନ୍ତୁ । ଓଁ ନମଃ ଶିବାୟ….
Stepping into the sacred aura of Mahadev for #Kannappa🏹. Honored to bring this epic tale to life. May Lord Shiva guide us on this divine journey. Om Namah Shivaya!#LordShivaॐ #HarHarMahadevॐ pic.twitter.com/OclB6u18TH
— Akshay Kumar (@akshaykumar) January 20, 2025
ତେବେ ପୋଷ୍ଟ ଦେଖି ଫ୍ୟାନ୍ସ ମାନେ କମେଣ୍ଟ ବକ୍ସରେ ପ୍ରଶଂସାର ଯେମିତି ବର୍ଷା କରିଛନ୍ତି । କିଏ ଲେଖୁଛନ୍ତି , ଅସଲି ହିରୋ ଅକ୍ଷୟ କୁମାର ତ ଆଉ କିଏ ଲେଖୁଛନ୍ତି , ମହାଦେବଙ୍କ ଭକ୍ତିରେ ବୁଡ଼ିବ ଏ ସଂସାର , ସମସ୍ତଙ୍କ ଆଶା ହେବ ସାକାର .. ହର ହର ମହାଦେବ ।
ତେବେ ଫିଲ୍ମର ନାଁ ରହିଛି ‘କନ୍ନପା’ ସିନେମାର ନିର୍ଦ୍ଦେଶନା ମୁକେଶ୍ କୁମାର ସିଂ କରୁଥିବା ବେଳେ ଏହା ଏକ ତେଲୁଗୁ ଭାଷାର ପୌରାଣିକ କଥା । ମହାଦେବଙ୍କ ଭକ୍ତ କନ୍ନପାଙ୍କୁ ନେଇ ସିନେମାର କାହାଣୀ ଗତିଶୀଳ । ଚଳିତବର୍ଷର ଶେଷଆଡକୁ ସିନେମା ରିଲିଜ୍ ହେଉଥିବା ନେଇ ଖବର ରହିଛି ।