‘କୌଣସି ଗୋଟିଏ ଫର୍ମାଟ୍ରେ କାମ କରିବାକୁ ମୁଁ ଚେଷ୍ଟା କରୁନାହିଁ’ : ତମନ୍ନା ଭାଟିୟା
କୌଣସି ଗୋଟିଏ ମାଧ୍ୟମ ମଧ୍ୟରେ ସୀମିତ ରହିବାକୁ ଚାହାନ୍ତି ନାହିଁ ବୋଲି କହି ଚର୍ଚାରେ ଅଭିନେତ୍ରୀ ତମନ୍ନା ଭାଟିୟା ।
(ମୁମ୍ବାଇ) : କୌଣସି ଗୋଟିଏ ମାଧ୍ୟମ ମଧ୍ୟରେ ସୀମିତ ରହିବାକୁ ଚାହାନ୍ତି ନାହିଁ ବୋଲି କହି ଚର୍ଚାରେ ଅଭିନେତ୍ରୀ ତମନ୍ନା ଭାଟିୟା । ଗତ ବର୍ଷ ଡିଜିଟାଲ୍ ଜଗତରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ତମନ୍ନା ଭାଟିୟା । ଦକ୍ଷିଣ ଓ ହିନ୍ଦୀ ସିନେ ଜଗତରେ ସକ୍ରିୟ ଥିବା ଏହି ସୁନ୍ଦରୀ କୌଣସି ଗୋଟିଏ ମାଧ୍ୟମ ମଧ୍ୟରେ ସୀମିତ ରହିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।
ତମନ୍ନା କହନ୍ତି ‘ମୋତେ ଭିନ୍ନ ମନେ ହେଉଥିବା ବିଷୟବସ୍ତୁରେ ମୁଁ ଏବେ କାମ କରୁଛି । ଏହା ମୋର ଉଦ୍ୟମ ଏବଂ ସେଥିପାଇଁ ମୁଁ ଡିଜିଟାଲ୍ ଦୁନିଆରେ ଏଣ୍ଟ୍ରି କରିଛି । କୌଣସି ଗୋଟିଏ ଫର୍ମାଟ୍ରେ କାମ କରିବାକୁ ମୁଁ ଚେଷ୍ଟା କରୁନାହିଁ । ମାଧ୍ୟମ ତାହା, ଯାହା ଜରିଆରେ ଆମେ ଆମର ବାର୍ତ୍ତା ଦେଇଥାଉ ବୋଲି ମୁଁ ବିଶ୍ୱାସ କରେ । ଅଭିନୟର ପ୍ରତ୍ୟେକ ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାକୁ ମୁଁ ଚାହେଁ । ବିଷୟ ଯଦି ଭିନ୍ନ ଧରଣର ହୋଇଥାଏ, ତେବେ ଏହା ମୋ ପାଇଁ ଆହୁରି ଖାସ୍ ହୋଇଯାଏ ।’
ଆହୁରି କହିଛନ୍ତି ଯେ ,ଦକ୍ଷିଣ ଫିଲ୍ମ ହେଉ ବା ହିନ୍ଦୀ କିମ୍ବା ୱେବ୍ ଶୋ’, ଜଣେ କଳାକାର ଭାବେ ଏ ସବୁ ତାଙ୍କ ଅନୁଭୂତିରେ ସାମିଲ ହୋଇଛି । ଏ ସବୁକୁ ସେ ନିଜ ସ୍ମୃତି ରୂପେ ସାଇତି ରଖିବେ । ନିଜେ ନିର୍ବାହ କରିଥିବା ଭୂମିକା, କଳାକାରଙ୍କ ସହ କରିଥିବା କାମ ଆଦି ସବୁକୁ ସ୍ମୃତି ରୂପେ ସେ ସାରା ଜୀବନ ସାଇତି ରଖିବେ । ଏହା ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଫିଲ୍ମକୁ ସେ କେବେ ହିନ୍ଦୀ କିମ୍ବା ସାଉଥ୍ ଭାବେ ଦେଖିନାହାନ୍ତି । ଏଗୁଡ଼ିକ କେବଳ ଯୋଗାଯୋଗର ମାଧ୍ୟମ, ଏହାଠୁ ଅଧିକ ନୁହେଁ । ତାଙ୍କର ସବୁ ଫିଲ୍ମ ତାଙ୍କୁ କିଛି ନୂଆ ଓ ଭିନ୍ନ କଥା ଶିଖାଇଛି । ଶେଷରେ ତମନ୍ନା କହିଛନ୍ତି ‘ଉଭୟ ସଫଳତା ଓ ବିଫଳତାକୁ ମୁଁ ସେଲିବ୍ରେଟ୍ କରେ । ଉଭୟ ମୋ ବିଷୟରେ ମୋତେ କିଛି ନୂଆ କଥା ଶିକ୍ଷା ଦିଏ ।’