ବସରୁ ୩୦ ବସ୍ତା ତମାଖୁ ଜବତ କଲା ପୋଲିସ

0

(ରିପୋଟର୍ସ ଟୁଡେ,ଭୁବନେଶ୍ୱର):ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ଏକ ବସରୁ ପୋଲିସ ଓ ଅବକାରୀ ବିଭାଗ ବିପୁଳ ପରିମାଣରେ ତମାଖୁ ଜବତ କରିଛନ୍ତି । ଏହା ସହ ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।
ସୁଚନାନୁସାରେ, ଆଜି ପୋଲିସ ଓ ଅବକାରୀ ବିଭାଗ ଏକ ବସରେ ତମାଖୁ ଚାଲାଣ ହେଉଥିବା ସୁଚନା ପାଇଥିଲେ । ବରାଳ ଦେବୀ ନାମକ ଏକ ବସକୁ ସନ୍ଦେହ କରାଯାଇ ଅଟକାଯାଇଥିଲା । ଏହି ବସଟି ରାଉରକେଲାରୁ ବ୍ରହ୍ମପୁର ପୋଲସରା ଯାଉଥିବା ବେଳେ ପୋଲିସ ଏଥିରୁ ୩୦ ବସ୍ତା ତମାଖୁ ଜବତ କରିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।