ଚେନ୍ନାଇ: ତାମିଲ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ଆତ୍ମହତ୍ୟା । ୨୮ ବର୍ଷୀୟା ଚିତ୍ରାଙ୍କ ମୃତଦେହ ଏକ ହୋଟେଲରୁ ଉଦ୍ଧାର କରାଯାଇଛି। ସେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଅବସାଦରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ଚିତ୍ରା କିଛି ଦିନ ହେବ ଜଣେ ବ୍ୟବସାୟୀ ହେମନ୍ତ ରବିଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ସେ ଏକ ସିରିଏଲର ସୁଟିଂ ସାରି ହୋଟେଲକୁ ଫେରିଥିଲେ । ସେହି ହୋଟେଲରେ ସେ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ । କିନ୍ତୁ ଆଜି ତାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଏହା ପରେ ପୁଲିସ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଛି । ତାଙ୍କ ସ୍ୱାମୀଙ୍କଠାରୁ ଜଣାପଡିଛି, ସୁଟିଂରୁ ଫେରିବା ପରେ ଚିତ୍ରା ଗାଧୋଇବାକୁ ଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ସେ ଗାଧୁଆଘରେ ରହିଥିଲେ । ଏହାପରେ ତାଙ୍କ ସ୍ୱାମୀ କବାଟ ବାଡେଇଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ । ତେଣୁ ସ୍ୱାମୀ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ ଓ ନକଲି ଚାବିରେ କବାଟ ଖୋଲି ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।
SR