ନୂଆଦିଲ୍ଲୀ: ତାମିଲନାଡୁ କ୍ୟାଡର ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ। ଯୌନ ଶୋଷଣ ମାମଲାରେ ତାମିଳନାଡୁ କ୍ୟାଡର ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର ।ମହିଳା IPS ଅଫିସରଙ୍କୁ ଯୌନ ନିର୍ଯାତନା ମାମଲାରେ ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ଏହାସହ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ଫେବୃଆରୀରେ ମହିଳା ଅଫିସର ଜଣଙ୍କ ରାଜେଶଙ୍କ ନାଁରେ ଅଭିଯୋଗ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଦାପଡ଼ି କେ ପାଲାନିସ୍ବାମୀଙ୍କ ନିର୍ବାଚନୀ ରାଲି ସୁରକ୍ଷା ଡ୍ୟୁଟିରେ ଯାଉଥିବା ବେଳେ ଓଡ଼ିଆ IPS ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ।AIADMK ସରକାର ରାଜେଶଙ୍କୁ ନିଲମ୍ବିତ କରିବା ସହ ମାମଲାର ତଦନ୍ତ ପାଇଁ ୬ଜଣିଆ କମିଟି ଗଠନ କରିଥିଲେ । ୬୮ ଜଣଙ୍କ ବୟାନ ଆଧାରରେ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି ।