(ମମତା ସାମଲ): ଦିନ ଆରମ୍ଭ ହୁଏ କପେ ଚା’ରୁ । ଏବେ ଗୋଟିଏ ପ୍ରକାର ଚା’ର ନାମ ସମସ୍ତଙ୍କ ମୁହିଁରୁ ଶୁଣିବାକୁ ମିଳୁଛି । ତାହା ହେଲା “ତନ୍ଦୁରୀ ଚା’ ।
ଆପଣ ତନ୍ଦୁରୀ ରୁଟି, ତନ୍ଦୁରୀ ଚିକେନ ଏବଂ ତନ୍ଦୁରୀ ମୋମୋ ମଧ୍ୟ ଖାଇଥିବେ କିନ୍ତୁ କେବେ ତନ୍ଦୁରୀ ଚା’ ପିଇଛନ୍ତି । ପୁଣେରୁ ଆରମ୍ଭ ହୋଇଥିବା ତନ୍ଦୁରୀ ଚା’ ଏବେ ସ୍ମାର୍ଟସିଟିରେ । ସ୍ମାର୍ଟସିଟିର ରସୁଲଗଡରେ ମିଳୁଛି ଏହି ସ୍ପେଶାଲ ଚା’ ।
ପ୍ରସ୍ତୁତି ପ୍ରଣାଳା- ଏହି ଚା’ ପ୍ରସ୍ତୁତ କରିବା ପାଇଁ ତନ୍ଦୁର ଭିତରେ ପ୍ରଥମେ ରଡ ନିଆଁରେ ମଟକା ବା ଛୋଟ ମାଠିଆ ତତା ଯାଏ। ତା’ପରେ ଏହି ମାଠିଆକୁ ଏକ ପିତଳ ପାତ୍ରରେ ରଖାଯାଏ। ପସ୍ତୁତ ରହିଥିବା ଚା’କୁ ସେହି ଗରମ ମଟକା ଭିତରେ ଢଳାଯାଏ। ଚା’ ମଟ୍କାରୁ ବାହାରି ପିତଳ ବାସନକୁ ଆସିଯିବା ପରେ ପ୍ରସ୍ତୁତ ହୋଇଯାଏ ତନ୍ଦୁରୀ ଚା’।
ଦାମ୍- ପ୍ରତି କପ୍ର ମୂଲ୍ୟ ୨୦ଟଙ୍କା ରହିଛି।
ଆଗକୁ ତନ୍ଦୁରୀ ଚା’ ସହ, ତନ୍ଦୁରୀ କଫି ମଧ୍ୟ ପ୍ରସ୍ତୁତ କରିବାର ଯୋଜନା ରଖାଯାଇଥିବାର କହିଛନ୍ତି ଚା’ ଦୋକାନ ପ୍ରତିଷ୍ଠାତା କୁମାର ରଞ୍ଜନ ଦାସ।