ଝାରସୁଗୁଡା : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଅନୁରୋଧ ପତ୍ର ଦେଇଛନ୍ତି ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ଜିଲ୍ଲା ଡାକ୍ତରଖାନା ଓ କୋଲାବିରା, କିର୍ମିରା, ମୁନ୍ଦ୍ରାଯୋର୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ପାଇଁ ବିଧାୟକଙ୍କ ଏହି ପ୍ରଚେଷ୍ଠା । ସୂଚନା ଯୋଗ୍ୟ ଯେ, ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି ।