ଜୟପୁର: ଟ୍ୟାଙ୍କର ଓ କାର ମୁହାଁମୁହିଁ । ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥ ପୁଙ୍ଗାରଠାରେ। ଆନ୍ଧ୍ର ଦେଇ ଗଞ୍ଜାମଠାରୁ ଏସିଡ୍ ବୋଝେଇ ଟ୍ୟାଙ୍କର ଦାମନଜୋଡି ଅଭିମୁଖେ ଆସୁଥିବା ବେଳେ ଜୟପୁରରୁ ଆନ୍ଧ୍ର ଅଭିମୁଖେ କାରରେ ଯାଉଥିଲେ ପରିବାର । ପୁଙ୍ଗାର ନିକଟରେ ଗ୍ୟାସ ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଚାଳକ, ଜଣେ ମହିଳା ଏବଂ ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପଟ୍ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।