ତନୁଜା ଆଇଚିଙ୍କ ହତ୍ୟା ଘଟଣା, କୋଲକତାରୁ ଅଭିଯୁକ୍ତ ସ୍ୱାମୀ ଗିରଫ

0

(ଆଦର୍ଶ ରାଉତ) : ଭୁବନେଶ୍ୱର ଲିଙ୍ଗିପୁର କାର ଭିତରୁ ତନୁଜା ଆଇଚଙ୍କ ମୃତଦେହ ମିଳିବା ଘଟଣାରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। କଲକାତାରୁ ତନୁଜାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି ତା ସହ ତାଙ୍କର ଜଣେ ବାନ୍ଧବିଙ୍କୁ ଗିରଫ କରି , ତାଙ୍କର ୫ବର୍ଷର ପୁଅକୁ ମଧ୍ୟ ଉଦ୍ଧାର କରିଛି। ଗିରଫ ପରେ ସଂଗ୍ରାମଙ୍କୁ ଭୁବନେଶ୍ବର ଅଣାଯାଇ ପୁଲିସ ପଚରାଉଚରା ଆରମ୍ଭ କରିଛି।

ପଚରାଉଚରା ପରେ ମୁହଁ ଖୋଲିଛନ୍ତି ସଂଗ୍ରାମ ଆଇଚି ଖୋଲିକହିଛନ୍ତି କ’ଣ ଘଟିଥିଲା ଆଉ କେମିତି ମାରଥିଲେ ନିଜ ସ୍ତ୍ରୀ ତନୁଜା ଆଇଚିଙ୍କୁ । ତାଙ୍କ କହିବା ଅନୁଯାୟୀ ସେଦିନ ତାଙ୍କ ସ୍ତ୍ରୀ ସହ ଝଗଡା ହୋଇଥିଲା ଆଉ ଝଗଡା ପରେ ତାଙ୍କ ସ୍ତ୍ରୀକୁ ମାରପିଟି କରିଥିଲେ ସେଇ ସମୟରେ ତନୁଜାଙ୍କୁ କାନ୍ଥକୁ ପେଲି ଦେବାରୁ କାନ ତାଙ୍କର ମୁଣ୍ଡ ବାଜିଥିଲା ଓ ତାଙ୍କର ମଧ୍ୟ ଚେତା ଚାଲିଯାଇଥିଲା । ପରେ ତନୁଜା ଙ୍କ ନାକ ପାଟିକୁ ବନ୍ଦ କରି ଜୀବନରୁ ମାରିଦେଇଥିଲେ ।

ସଂଗ୍ରାମଙ୍କ କହିବା ଅନୁଯାୟୀ ତନୁଜାଙ୍କୁ ମାତିବା ପରେ ସେ ଯୋଗାଯୋଗ କରିଥିଲେ ତାଙ୍କ ବାନ୍ଧବିଙ୍କ ସହ, ବାନ୍ଧବିଙ୍କ କହିବାଅନୁଯାୟୀ ସେ ପ୍ରଥମେ କ୍ୟାପିଟାଲ ହଷ୍ପିଟାଲ ଯାଇଥିଲେ କିନ୍ତୁ କାହାକୁ ଦେଖାନକରି, ପରେ ଏକ ଘରୋଇ ହଷ୍ପିଟାଲର ବାହାରେ ଡାକ୍ତରଙ୍କୁ ଦେଖେଇଥିଲେ , ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିବା ପରେ ସେଠାରୁ ସେ ଫେରିଆସିଥିଲେ ।

ସେଠାରୁ ଆସିବା ସମୟରେ ବାଟରେ ସଂଗ୍ରାମଙ୍କ ବାନ୍ଧବି ମୃତ ଦେହକୁ ଗାଏବ କରିଦେବା ପାଇଁ ପରାମର୍ଶ ଦେଇଥିଲେ, ସଂଗ୍ରାମ ମଧ୍ୟ ରାଜି ହେଇଥିଲେ । କିନ୍ତୁ ଲିଙ୍ଗିପୁର ଠାରେ ଏକ ହାୱଇ ଟ୍ରକ ତାଙ୍କ କାର କୁ ଧକ୍କା ଦେଇଥିଲା ପରେ ତାଙ୍କ କାର ଆଉ ଷ୍ଟ୍ରାଟ ହୋଇନଥିଲା ସେଠାଗାରେ କାର୍ ଟିକୁ ଛାଡି, ପୁଣି ସେ ତାଙ୍କ ବାନ୍ଧବିଙ୍କ ସହାୟତାରେ କୋଲକତା ଚାଲିଯାଇଥିଲେ । ଆଜି ପୋଲିସ ସଂଗ୍ରାମ ଆଇଚିଙ୍କୁ ଗିରଫ କରିବା ସହ ତାଙ୍କ ବାନ୍ଧବିଙ୍କୁ ଆସାମୀକୁ ସାହାଯ୍ୟ କରୁଥିବା ଅଭିଯୋଗରେ ଗିରଫ ମଧ୍ୟ କରିଛି ।