ଭୁବନେଶ୍ୱର: ଉନ୍ନତ ଚାଷ ପ୍ରଣାଳୀ , ଓଡିଶାରେ ସମନ୍ୱିତ କୃଷି ଅଭ୍ୟାସ ଜାରି ରଖି ସଫଳ ଚାଷୀ ତଥା ସ୍ଥାୟୀ ଚାଷର ଏକ ମଡେଲ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କେନ୍ଦୁଝରର ସଫଳ ଚାଷୀ ଶ୍ରୀ ତାପସ କୁମାର ରାଉତ । ଏକ ଅଭିନବ ଫାର୍ମ କୃଷି ବଳରେ ସେ ଓଡିଶା ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ କୃଷକ ପୁରସ୍କାର ହାସଲ କରିଛନ୍ତି ।
ବସୁନ୍ଧରା ଦୁଗ୍ଧ : ଓଡିଶାରେ ସମନ୍ୱିତ ଏବଂ ସ୍ଥାୟୀ ଚାଷର ଏକ ମଡେଲ ହୋଇଛି ଏବଂ ଏହାର ସୁଯୋଗ ନେଇ ତାପସ ଏ କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୋଗୁଁ ଫେବୃୟାରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାବୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମାବେଶ -୨୦୨୫ ର ଉଦଘାଟନୀ ଦିବସରେ ସମନ୍ୱିତ କୃଷି ଏବଂ ପରିପୂରକ ତୃଶ ଚାଷ କ୍ଷେତ୍ରରେ ଶେଷ୍ଠତ୍ୱ ପ୍ରତିପାଦନ ପାଇଁ ଶ୍ରୀ ରାଉତ ପୁରସ୍କୃତ ହୋଇଛନ୍ତି ।
ଉତ୍ସବରେ ରାଜ୍ୟ ଖାଦ୍ୟ , ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରିଥିଲେ ।