ଅଚ୍ୟୁତ ସାମନ୍ତଙ୍କ ଗିରଫଦାରୀ ଦାବି କଲେ ତାରା;ସିସି ଟିଭି ଯାଞ୍ଚ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ

0

କିଟ୍ ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ମାରଗଲା । ମନ୍ତ୍ରୀ କହିଲେ ରାଜ୍ୟ ସରକାର ନିନ୍ଦା କରୁଛନ୍ତି । କିଟ୍ କର୍ତ୍ତୃପକ୍ଷ ଯାହା କରିଛନ୍ତି ତାକୁ କେବଳ କାଗଜ ପତ୍ରରେ ନିନ୍ଦା କଲେ ହେବ ନାହିଁ । ନେପାଳ ଓ ଭାରତର ସମ୍ପର୍କ ବହୁ ପୁରୁଣା । ପଶୁପତି ଜଗନ୍ନାଥ ଏକ ଅନ୍ତରାତ୍ମା ସମ୍ପର୍କ । ଯେତେବେଳେ ନେପାଳ ମହାରାଜା ଆସନ୍ତି, ସେତେବେଳେ ଓଡ଼ିଶା ସରକାର ସ୍ବାଗତ କରନ୍ତି ଓ ପୁରୀ ମହାରାଜା ତାଙ୍କ ସହ ରୁହନ୍ତୁ । ନେପାଳରୁ ହରିଣର କସ୍ତୁରୀ ଆସିଲେ ପୂଜା ହୁଏ । ଆଦିବାସୀ ପିଲାଙ୍କୁ କିସ୍ ରେ ପାଠ ପଢ଼ାଉଛନ୍ତି । ଏହାକୁ ଆମେ ସ୍ବାଗତ କରୁଛୁ ।

ସେ ତାଙ୍କ ଜମି ବିକ୍ରି କରି ପଢ଼ାଉନାହାନ୍ତି । ଯେଉଁ ଅର୍ଥ ଆଣୁଛନ୍ତି, ସେ ଉପରେ କିଛି କହିବାକୁ ଚାହୁଁନି । ଯେତେବେଳେ ମାଆ ମାଟିର କଥା ପଡ଼ିଛି । ଜଗନ୍ନାଥ ସଂସ୍କୃତି କଥା ପଡ଼ିଛି । ଗୃହ ସେଠି କାହା ସହ compromise କରିନି । ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଲା, ତୁମ ନେପାଳର ବଜେଟ ଯେତିକି ନାହିଁ, ସେତିକି ଆମେ ତୁମକୁ ଖାଇବାକୁ ଦେଉଛୁ । ବାଉନସର ମାନେ ପିଲା ମାନଙ୍କୁ ବାଡେଇଲେ । କଟକ ଷ୍ଟେସନରେ ନେଇ ପିଲାଙ୍କୁ ଛଡ଼ାଗଲା । ହୃଦୟ ବିଦାରକ କାନ୍ଦଣା ସେମାନଙ୍କର । ଏ ଘଟଣାରେ କେବେ ବି compromise କରାଯାଇ ପାରିବନି ।

କିଟ୍ ରେ ଆଗରୁ ବହୁତ ଘଟଣା ଘଟିଛି । ଆଗରୁ କେବେ କାର୍ଯ୍ୟନୁଷ୍ଠାନ ହୋଇଛି କି ? ଝିଅ କର୍ତ୍ତୃପକ୍ଷଙ୍କୁ କହିଛି ଯଦି ତାକୁ ବଞ୍ଚାଇ ପାରିଥାନ୍ତେ । କେତେ ଆଇଏଏସ ଓ ଆଇପିଏସ ଅଫିସରଙ୍କ ସ୍ତ୍ରୀ ମାନେ କାମ କରୁଛନ୍ତି । ସିସି ଟିଭି ଯାଞ୍ଚ କରାଯାଉ । ବହୁତ ବିଶ୍ଵ ସ୍ତରୀୟ ଲୋକ ଆୱାର୍ଡ଼ ଆଣୁଛନ୍ତି । ପଇସା ଆଣୁଛନ୍ତି, ଖାଅ ମର । ଜଗନ୍ନାଥଙ୍କ ନାଁରେ ଯିଏ ଅନ୍ୟାୟ କରିବ । ଦିନେ ନା ଦିନ ସେ ଲୋକଲୋଚନକୁ ଆସିବ । ପୁରା କଲେଜକୁ କାହିଁକି ସାଇନ୍ ଏ ଡାଏ କଲେ ନାହିଁ ? କେବଳ ନେପାଳ ପିଲା ମାନଙ୍କୁ ସାଇନ୍ ଏ ଡାଏ ହେଲା । ଜାଣିଶୁଣି ଯେହେତୁ ସେମାନେ ବିଦେଶୀ, ତାଙ୍କୁ ନିର୍ଯାତନା କଲେ । ଭାରତର ଓ ଓଡ଼ିଶାର ପିଲା ମାନେ ବିଦେଶରେ ପାଠ ପଢ଼ୁଛନ୍ତି । ଆମ ପିଲାଙ୍କୁ କିଏ ସୁରକ୍ଷା ଦେବ । ଏହା ଅନ୍ତର୍ଜାତୀୟ ପ୍ରସଙ୍ଗ । ସମସ୍ତ ବିଚାରକ ଓ ବୁଦ୍ଧିଜୀବୀ ମାନଙ୍କୁ ପ୍ରଶ୍ନ ବିଦେଶୀ ପିଲାଙ୍କୁ ଯଦି ଆମେ ସୁରକ୍ଷା ଦିଆଯାଇପାରିବ ନାହିଁ, ତେବେ ଆମ ପିଲାଙ୍କୁ କିଏ ସୁରକ୍ଷା ଦେବ । କେତେ ଲୋକଙ୍କୁ ଗିରଫ କରାଯାଇଛି ।

ଯେଉଁ ମହିଳା ମାନେ ଭିଡିଓରେ କହୁଥିଲେ, ସେମାନେ ଗିରଫ ହେଲେ କି ? ସେ ବାଉଁସର୍ ମାଡ଼ ମାରୁଥିଲେ ସେମାନେ ଗିରଫ ହେଲେ କି ? ଅଚ୍ୟୁତ ସାମନ୍ତଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ହୋଇଛି ? ଯଦି ଜଣେ ଶିକ୍ଷକ ଚାପୁଡେ ମାରିଲେ ତାଙ୍କୁ ଯଦି ଜେଲ ରେ ପୁରାଇ ଦିଆଯାଉଛି । ତାହେଲେ ତାଙ୍କୁ କାହିଁକି ଗିରଫ କରାଯିବନି । ତୁରନ୍ତ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କଲେ ତାରା । ସିସି ଟିଭି ଯାଞ୍ଚ କରାଯାଉ ବୋଲି ଦାବି କଲେ ତାରା ।