ମନ୍ତ୍ରୀଙ୍କ ଡାହାଣ ହାତ ହେଉଛି କଂସ : ଧାନ ମଣ୍ଡିରେ କଟଣି ଛଟଣି ନେଇ ମନ୍ତ୍ରୀଙ୍କୁ ତାରାଙ୍କ ଖୋଲା ଚ୍ୟାଲେଞ୍ଜ

0

ବ୍ୟୁରୋ : ରାଜ୍ୟରେ ୫୦ ପ୍ରତିଶତ ଚାଷୀ ରହିଛନ୍ତି, ଏଫଏକ୍ୟୁ ମାନ ନଥିଲେ ବି ଏଫଏକ୍ୟୁ ମାନର ଧାନ କରି ନେବା ପାଇଁ ପ୍ରତିଶୃତି ଦେଇଥିଲେ ସରକାର । କିନ୍ତୁ ମଣ୍ଡିରେ ୨୦ କେଜି ଧାନ କାଟିଲେ ନଚେତ ଧାନ ନେବୁ ନାହିଁ ବୋଲି ଧମକ ଦେଲେ । ବାଧ୍ୟ ହୋଇ ଚାଷୀ ୧୦ ରୁ ୧୫ କେଜି ଧାନ କାଟିଲେ । ତା ପରେ ବି ସରକାର ଭିତିଭୂମି ନଥିବାର ଆଳ ଦେଖାଇଲେ । ଚାଷୀ କାନ୍ଦିଛନ୍ତି, ମୁଖ୍ୟମନ୍ତ୍ରୀ ଜଣେ ଭଦ୍ର ଲୋକ, ଏ ବିଷୟରେ ଜାଣି ମଧ୍ୟ ଚୁପ ବସିଛନ୍ତି । ମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ, ତାରା ବାହିନୀପତି । ଗୋଟେ ସିଡ଼ି ମନ୍ତ୍ରୀ ଓ ଡିଜିପିଙ୍କସହ ଥିବା ଫୋଟୋକୁ ଗୃହରେ ପ୍ରଦର୍ଶନ କଲେ । ମନ୍ତ୍ରୀ ରାଜନୈତିକ ସଚିବ ନିଯୁକ୍ତ କରି ମିଲ ପିଛା ଲକ୍ଷ ଲକ୍ଷ ଉଠାଇଲେ । ସେ ବାବୁ ଜଣକ ହେଉଛନ୍ତି ଗଡ଼ନାୟକ । ସିଡ଼ିରେ ଏହି ବାବୁଜଣକ ପଇସା ମାଗିବାର ତଥ୍ୟ ଅଛି ।

କଂସ ରାଜୁତି ଚାଲିଛି । ମନ୍ତ୍ରୀଙ୍କ ଡାହାଣ ହାତ ହେଉଛି କଂସ । ୧୩୦ ଇନ୍ସପେକ୍ଟର ବଦଳି ପାଇଁ ଟଙ୍କା ମାଗିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ବୌଦ୍ଧରେ ଜଣେ ମିଶ୍ର ପଇସା କଲେକ୍ସନ କଲେ କିନ୍ତୁ ବର୍ତମାନର ସଚିବ ତାହାକୁ ଶୁଣି ନଥିଲେ । ହାଉସ କମିଟି ଗଠନ କରିବାସହ ଭିଜିଲାନ୍ସ ତଦନ୍ତ ରୁଲିଂ ଦାବି କଲେ ତାରା ବାହନୀପତି ।