ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି ୱେଷ୍ଟଇଣ୍ଡିଜ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ): କଟକ ବାରାବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଉଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିଚୋଲାସ ପୋରାନ ଓ ଅଧିନାୟକ କିରେଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି।
ନିଚୋଲାସ ପୋରାଣ ୬୪ ବଲ ଖେଳି ୮୯ ରନ କରିଛନ୍ତି। ଯେଉଁଥିରେ ତାଙ୍କାର ୩ ଟି ବିଶାଳ ଛକା ୧୦ ଟି ଚୌକା ସାମିଲ ରହିଛି। ସେହିଭଳି ୱେଷ୍ଟଇଣ୍ଡିଜ ଅଧିନାୟକ କିରେଣ ପୋଲାର୍ଡ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ସମୁଦାୟ ୫୧ଟି ବଲ ଖେଳି ୭୪ରନ କରି ନଟଆଉଟ ରହିଛନ୍ତି। ଯେଉଁଥିରେ ତାଙ୍କର ୭ ଟି ବିଶାଳ ଛକା ଓ ୩ ଟି ଚୌକା ରହିଛି।
ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।