କଥା ଗୋଟିଏ, କାମ ଆଉ ଗୋଟିଏ…

0

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ଓ କାମରେ ରହୁନି ତାଳମେଳ । ଚୀନରୁ ଆସୁଥିବା ଲାପଟପ, ମୋବାଇଲ ଉପରେ ଟାରିଫ ସ୍ଥଗିତ । ପୂର୍ବରୁ ଚୀନର ଏହି ସବୁ ସମାଗ୍ରୀ ଉପରେ ୧୪୫ ପ୍ରତିଶତ ଟାରିଫ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡୋନାଲ୍ଟ ଟ୍ରମ୍ପ । ହେଲେ ଏବେ ଆମେରିକାର ଗ୍ରାହକଙ୍କ ପାଇଁ ଶୁଳ୍କ ସ୍ଥଗିତ ନେଇ ସୁଚନା । କେବଳ ଚୀନ ଉତ୍ପାଦନ ସାମଗ୍ରୀ ନୁହେଁ, ମୋବାଇଲ, ଲାପଟପ୍ ଓ ଅନ୍ୟ ଇଲୋକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ଲାଗୁହେବନି ଅରିକ୍ତ ଟାରିଫ୍।  ଯାହାକୁ ଦେଖିଲେ ଏବେ ଲାଗୁଛି କି, ଟାରିଫ ଯୁଦ୍ଧ ଆରମ୍ଭ କରିବା ପରେ ବର୍ତ୍ତମାନ ଧୀରେ ଧୀରେ ନରମ ଆଭିମୁଖ୍ୟ ଆପଣେଇବାରେ ଲାଗିଛନ୍ତି ଡୋନାଲଡ୍ ଟ୍ରମ୍ପ ।

ପ୍ରଥମେ ୯୦ ଦିନ ପାଇଁ ଅତିରିକ୍ତ ଟାରିଫ ଉପରେ ରୋକ ଲଗାଇଲେ । କିନ୍ତୁ, ଏବେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଏହି ୯୦ ଦିନ ଭିତରେ ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡ଼ିକ ଉପରେ ଆମେରିକା ୧୦% ଅତିରିକ୍ତ ଟାରିଫ୍ ଲଗାଇଛି । ହେଲେ ଚୀନ୍ ଉପରେ ଆମେରିକା ୧୪୫ ପ୍ରତିଶତ ଲାଗୁ କରିଛି । ବର୍ତ୍ତମାନ କିନ୍ତୁ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ସ୍ମାର୍ଟଫୋନ୍, କମ୍ପ୍ୟୁଟର ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ୍ ଲାଗିବ ନାହିଁ। ଯାହା  ଚୀନ୍ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ।