କେନ୍ଦୁଝର : ଦୀର୍ଘ ୯ମାସ ପରେ କୋଭିଡ କଟକଣା ସହ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣାର ସମସ୍ତ ନିୟମ ମାନି ଦର୍ଶନ କରୁୁଛନ୍ତି ଭକ୍ତ । କରୋନା ପାଇଁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ଓ ଏବେ ସବୁ ଧୀରେ ଧୀରେ ଖୋଲୁଥିବା ବେଳେ ଆଜି ଖୋଲିଛି ଘଟଗାଁ ପୀଠ । ଏଯାବତ୍ କରୋନା କମିନଥିବାରୁ ନୂଆ ନିୟମ ଜାରି କରାଯାଇଛି ।
ଭକ୍ତ ମାନେ ସକାଳ ୮ଟାରୁ ୧୨ଟା ଓ ୪ଟାରୁ ସଂଧ୍ୟା ୬ଟା ମଧ୍ୟରେ ମା ତାରିଣୀଙ୍କୁ ର୍ଦାନ କରିପାରିବେ । ଶ୍ରଦ୍ଧାଳୁମାନେ ୩ନଂ ଗେଟ୍ ରେ ପ୍ରବେଶ କରି ମାଙ୍କ ଦର୍ଶନ ସାରି ୪ନଂ ଗେଟ୍ ଦେଇ ବାହାରକୁ ବାହାରିପାରିବେ । ମାଙ୍କୁ ଧାଡିରେ ଦର୍ଶନ କରିବା ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ରହିଛି । ଏକାବେଳେ ୨୫ରୁ୩୦ଜଣ ଶ୍ରଦ୍ଧାଳୁ ମା ଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।
Edit by Sushree Biswajeeta