ଯାଜପୁର : ଯାଜପୁର କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲରେ ଅଘଟଣ । ଷ୍ଟିଲ ମେଲଟିଂ ସପରେ ବିସ୍ଫୋରଣ ହେବାରୁ ୮ ରୁ ଅଧିକ ଶ୍ରମିକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ଶ୍ରମିକଙ୍କ ମଧ୍ୟ ଅସନ୍ତୋଷ ଦେଖିବା ପାଇଁ ମିଳୁଛି । ଅନ୍ୟପଟେ ଘଟଣାସ୍ଥଲରେ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।