ଭୁବନେଶ୍ୱର: ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ। ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ MOU ନ କରି କାର୍ଯ୍ୟ ଜାରି ରଖିଛନ୍ତି ଆମ ସରକାର । JSW ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଆଗକୁ ଗ୍ରାଉଣ୍ଡିଂ ହେବ। ଜଗତସିଂପୁରରେ ପୋସ୍କୋ ସ୍ଥାନରେ JSW ପ୍ଲାଣ୍ଟ କରୁଛି। କାମ ଆରମ୍ଭ ହେଲାଣି।AMNS ପାରାଦ୍ଵୀପ ରେ କାମ ଆରମ୍ଭ କରିଛି। କେନ୍ଦ୍ରାପଡ଼ାରେ କାମ ଜାରି ରହିଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।