କାକୁଡିଆ ସମିତିରେ ତାତିଲେ ଚାଷି

0

(ଅନୁଗୁଳ / ଜ୍ୟୋତିରଞନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କାକୁଡିଆ ସେବା ସମବାୟ ସମିତିରେ ଚାଷୀଙ୍କ ଅସନ୍ତୋଷ ବୃଦ୍ଧିପାଇଥିଲା । ଶେଷରେ ସମିତି ପକ୍ଷରୁ ଧାନବିକ୍ରି ନିମନ୍ତେ ଟୋକନ ପାଇଥିବା ପଞିକୃତ ଚାଷି ମୁଖ୍ୟକାର୍ଯ୍ୟାଳୟରେ ତାଲା ପକାଇ ଧାରଣରେ ବସିଲେ । ୨୧ଦିନ ହେଲାଣି ଚାଷୀଙ୍କ ମଣ୍ଡିରେ ଧାନ ପଡିଛି ଏବଂ ଦିନଦିନ ଧରି ଜଗିରହିଛନ୍ତି ଚାଷୀ । ହେଲେ ସମିତିରେ କାର୍ଯ୍ୟରତ ସମ୍ପାଦକ ବାବୁଙ୍କ ଘରେ ରହି ସମିତିକୁ ଜାଣିସୁଣି ଆସୁନାହାଁନ୍ତି, କି ଧାନ ନେବାର କୈାଣସି ୁବନ୍ଦୋବସ୍ତ କରୁନାହାଁନ୍ତି । ଦିନରାତି ଉଜାଗର ରହି ମାନସିକ ନିର୍ଯ୍ୟାତନା ଭୋଗୁଛୁ । ସହିବାର ଧୈଯ୍ୟ ଆଉ ନାହିଁ, ଆଉ ବରଦାସ୍ତ କରାଯିବ ନାହିଁ କହି ଧାରଣାରେ ବଷି ଗର୍ଜନ କରିଥିଲେ ଚାଷୀ । ଶେଷରେ ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇ ସମିତି ସମ୍ମୁଖରେ ଧାରଣା ବସିଲେ । ସମିତି ସମ୍ପାଦକଙ୍କ ସହାୟକ, ରାତ୍ରି ଜୁଗୁଆଳି ଓ କମ୍ପ୍ୟୁଟର ଅପରେଟର ଆଦି ୩ଜଣ ସମିତି କର୍ମଚାରୀଙ୍କୁ ଅଟକ ରଖି ନିଜର ଆସନ୍ତୋଷ ଜାହିର୍ କରିଥିଲେ ଚାଷି । ସମିତିର ସମ୍ପାଦକ ଖଗେଶ୍ୱର ପ୍ରଧାନଙ୍କ ବିରୋଧରେ ଏନେଇ ଚାଷିଙ୍କ ପକ୍ଷରୁ କଣିହାଁ ଥାନାରେ ଅଭିଯୋଗ କଲା ପରେ ଡେରେଙ୍ଗ ଫାଣ୍ଡି ପୁଲିସ୍ ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ଅଟକ ଥିବା ତିନି କର୍ମଚାରୀଙ୍କୁ ଚାଷି ଛାଡିଦେଇଥିଲେ । ଧାରଣାରତ ଚାଷୀଙ୍କ ଅଭିଯୋଗ ମୁତାବକ, ଧାନବିକ୍ରି କରିବା ପାଇଁ ସମିତି ପକ୍ଷରୁ ଚଳିତ ମାର୍ଚ୍ଚ ମାସ ୪, ୧୬ ଓ୨୩ତାରିଖ ଦିନ ଟୋକନ ଦେଇଛନ୍ତି । କିନ୍ତୁ ପ୍ରାୟ ମାସେ ହେଲାଣି ସମିତିରେ ୪ଶହ କୁଇଣ୍ଟାଲ୍ ଧାନ ନେବାର ସୁବନ୍ଦୋବସ୍ତ କରୁନାହାଁନ୍ତି ସମ୍ପାଦକ ମହାଶୟ ପଞିକୃତ ଚାଷି ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ୧୫ଦିନ ହେଲାଣି ସମିତିକୁ ସମ୍ପାଦକ ବାବୁଙ୍କର ପାଦ ପଡୁନି । ତୁରନ୍ତ ସମ୍ପାଦକ ଶ୍ରୀ ପ୍ରଧାନଙ୍କୁ ଧରି ସମିତିକୁ ଅଣାଯାଉ ଏବଂ ଧାନ କିଣିବାର ସୁବନ୍ଦୋବସ୍ତ କରାଯାଉ ବୋଲି ଚାଷିଙ୍କ ପକ୍ଷରୁ ପୋଲିସ୍କୁ ସହାୟତା ମାଗିଛନ୍ତି ପଞିକୃତ ଚାଷୀ । ପ୍ରକାଶଥାଉକି, ସମ୍ପାଦକଙ୍କ ମନମାନି ଓ ମଣ୍ଡିର ଅବ୍ୟବସ୍ଥା ନେଇ ଫେବୃଆରୀ ୧୬ତାରିଖରେ ଜିଲ୍ଲା ରେଜିଷ୍ଟର କୋପରେଟିଭ୍ ସୋସାଇଟ୍କୁ ଓ ରାଜ୍ୟସରକାରଙ୍କ ଭୂବନେଶ୍ୱର ରେଜିଷ୍ଟର କୋପରେଟିଭ୍ ସୋସାଇଟ୍ ୩/୩/୨୦୨୧ଙ୍କୁ ଲିଖିତ ଭାବରେ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।