ଟି ବ୍ୟାଗକୁ କିପରି ପୁନଃ ବ୍ୟବହାର କରି ପାରିବା ..

0

( ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଫ୍ରିଜ୍‌ ପାଇଁ : ବେଳେବେଳେ ଅନେକ କାରଣରୁ ଫ୍ରିଜରୁ ଦୁର୍ଗନ୍ଧ ବାହାରି ଥାଏ। ଏପରି କ୍ଷେତ୍ରରେ ଟି ବ୍ୟାଗକୁ ଫ୍ରିଜର କୌଣସି କୋଣରେ ରଖି ଦିଅନ୍ତୁ। ଏହାଦ୍ବାରା ଫ୍ରିଜରୁ ଦୁର୍ଗନ୍ଧ ଚାଲି ଯାଇଥାଏ।
ବାସନ ସଫା କରିବା :
ଅପରିଷ୍କାର ବାସନକୁ ସଫା କରିବା ପାଇଁ ସାଧାରଣତଃ ଅଧିକ କଷ୍ଟ କରିବାକୁ ପଡିଥାଏ। ଏପରି କ୍ଷେତ୍ରରେ ଟି ବ୍ୟାଗର ବ୍ୟବହାର କରି ବାସନକୁ ସଫା କରି ପାରିବା। ସେଥିପାଇଁ ଗରମ ପାଣିରେ ପ୍ରଥମେ ବାସନକୁ ପକାଇ ରଖନ୍ତୁ। ତାପରେ ସେଥିରେ ଟି ବ୍ୟାଗ ପକାଇ ରାତି ସାରା ଛାଡି ଦିଅନ୍ତୁ। ସକାଳୁ ଉଠି ସେହି ବାସନଗୁଡିକୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ବାରା ବାସନରୁ ଶୀଘ୍ର ଦାଗ ଛାଡିଯିବ।
ଏୟାର ଫ୍ରେସନର :
ଟି ବ୍ୟାଗକୁ ଏୟାର ଫ୍ରେସନର ଭାବେ ବ୍ୟବହାର କରିହେବ। ଟି ବ୍ୟାଗକୁ ଖରାରେ ଶୁଖାଇ ଦିଅନ୍ତୁ। ତାପରେ ସେଥିରେ ଯେକୌଣସି ସୁଗନ୍ଧିତ ତେଲ ପକାନ୍ତୁ। ତାହାକୁ ନିଜ ଘର ଓ ବାଥ୍‌ରୁମରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଘରେ ସୁଗନ୍ଧ ହୋଇଥାଏ।
ମୁହଁରେ ଛାଲ :
ମୁହଁରେ ଛାଲ ହୋଇଥିଲେ ଟି ବ୍ୟାଗ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ସେଥିପାଇଁ ପ୍ରଥମେ ଟି ବ୍ୟାଗକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ତାହା ଥଣ୍ଡା ହେବା ପ‌ରେ ମୁହଁରେ ଛାଲ ହୋଇଥିବା ସ୍ଥାନରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଶୀଘ୍ର ମୁହଁର ଛାଲରୁ ରକ୍ଷା ମିଳିଥାଏ।