ରାୟପୁର: ଜଣେ ଶିକ୍ଷକଙ୍କୁ ଗିରଫ କରିଛି ଛତିଶଗଡର କୱର୍ଦ୍ଧା ପୋଲିସ । ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖାଇବା ସହିତ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ଶିକ୍ଷକ ଜଣକ । ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଅଭିଯୋଗ କରିବାରୁ କୱର୍ଦ୍ଧା ସିଲହାଟ ଅଞ୍ଚଳ ଦେବାଗନ ଗାଁର ପ୍ରାଥମିକ ସ୍କୁଲ ଶିକ୍ଷକ ଶିବପ୍ରସାଦଙ୍କୁ ପୋଲିସ ଗିରଫ କରିଛି ।
ଖାତା ଦେଖିବା ବାହାନାରେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ଛାତ୍ରୀମାନଙ୍କୁ ସ୍କୁଲକୁ ଡକାଉଥିଲେ ଏହି ଶିକ୍ଷକ ଜଣକ । ତେବେ କୌଣସି ଖାତା ନ ଦେଖି ପିଲାମାନଙ୍କୁ ଦେଖାଉଥିଲେ ଅଶ୍ଳୀଳ ଫଟୋ ଏବଂ ଭିଡିଓ । ଏତିସହିତ ସେମାନଙ୍କୁ ଅଶ୍ଳୀଳ ବ୍ୟବହାର ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଥିଲା ଅସନ୍ତୋଷ । ଏ ଘଟଣା ବାବଦରେ ଛାଥ୍ରୀମାନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଏହାର ଖୋଳତାଡ କରିବାରୁ ସେହି ଶିକ୍ଷକ ଅନ୍ୟ ଛାତ୍ରୀମାନଙ୍କ ସହିତ ମଧ୍ୟ ଏପରି କରୁଥିବା ଜାଣିବାକୁ ପାଇଛି ।
ଏହାପରେ ଏହି ରସିକିଆ ଶିକ୍ଷକଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଚଙଉଝଙ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଏହି ମାମଲାକୁ ଗୁରୁତର ସହିତ ନେଇ ଟିମ ଗଠନ କରି ତଦନ୍ତ ଜାରି ରଖିଛି । ଏବେ ଏହି ଶିକ୍ଷକ ଜଣକ ବିଚାର ବିଭାଗୀୟ ରିମାଣ୍ଡରେ ଥିବା ବେଳେ ତାଙ୍କ ମେ।ବାଇଲକୁ ଜବତ କରିଛି ପୋଲିସ । ଏହା ଛଡା ପୋଲିସ ତାଙ୍କ ଇତିହାସ ଏବଂ ବ୍ୟାକଗ୍ରାଉଣ୍ଡ ମଧ୍ୟ ଯାଞ୍ଚ କରୁଛି ।
ଚଙଉଝଙ ଆକ୍ଟରେ ଶିକ୍ଷକ ଗିରଫ
ଭୟଙ୍କର କାର୍ଣ୍ଣାମା କରି ଶିକ୍ଷକ ଗିରଫ