ରାଜ ରାସ୍ତାରେ ଜାତି ଓ ଉପଜାତି ଶିକ୍ଷକ କଲ୍ୟାଣ ମହାସଂଘ

0

(ରିପୋର୍ଟସ ଟୁଡ଼େ): ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବହୁଭାଷୀ ଶିକ୍ଷାସହାୟକ ଓ ସହାୟିକା ମାନଙ୍କୁ କନିଷ୍ଠ ଶିକ୍ଷକ ମାନ୍ୟତାରୁ ସରକାର ବଞ୍ଚିତ କରିଥିବା ଅଭିଯୋଗ ହୋଇଛି । ଶିକ୍ଷା ସହାୟକମାନେ ୩ ବର୍ଷ କାର୍ଯ୍ୟକଲାପରେ କନିଷ୍ଠ ଶିକ୍ଷକର ମାନ୍ୟତା ପାଉଥିବା ସ୍ଥଳେ ଉକ୍ତ ବହୁଭାଷୀ ଶିକ୍ଷା ସହାୟକମାନଙ୍କୁ ୪ ବର୍ଷ କାଯ୍ୟଁକଲାପରେ ମଧ୍ୟ କନିଷ୍ଠ ଶିକ୍ଷକ ମାନ୍ୟତାରୁ ସରକାର ବଚିଂତ କରିଛନ୍ତି । ଉକ୍ତ ବିଷୟକୁ ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି ଓ ଉପଜାତି ଶିକ୍ଷକ କଲ୍ୟାଣ ମହାସଂଘ ତରଫରୁ ବାରମ୍ବାର ଦାବି ପତ୍ର ପ୍ରଦନ କରାଯାଇଛି । ହେଲେ ଅଦ୍ୟାବଧି ସରକାରଙ୍କ ତରଫରୁ ଏହି ବର୍ଗର ଭାଷା ଶିକ୍ଷା ସହାୟକମାନଙ୍କୁ କନିଷ୍ଠ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ସକାଶେ କୌଣସି ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଲା ନାହିଁ । ଯଥା ଶୀଘ୍ର ଏ ନେଇ ପଦକ୍ଷପ ନିଆଯାଉବୋଲି ସଂଘ ପକ୍ଷରୁ ଦାବି ହୋଇଛି । ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ନ ଶୁଣନ୍ତି ତେବେ ଆନ୍ଦୋଳକୁ ଆହୁରି ତିବ୍ର କରାଯିବ ବୋଲି ସଂଘର ସଭାପତି ଶ୍ରୀ ବଂଶୀଧର ନାୟକ ସୂଚନା ଦେଇଛନ୍ତି ।