ରାଜରାସ୍ତାରେ ଶିକ୍ଷକ ପାଳିଲେ ନୂଆଖାଇ

0

(ରିପୋଟର୍ସଟୁଡେ) : ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ୟ ପାଳନ କରୁଛି ମଞ୍ଚ। ସଚିବାଳୟରେ ଶିକ୍ଷକ ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନା ବିଫଳ ହେବା ପରେ ଜାରି ରହିଛି ଧାରଣା। ଆଲୋଚନାରୁ କିଛି ସମାଧାନ ରାସ୍ତା ନ ଫିଟିବାରୁ ଧାରଣା ଚାଲିଛି। ପୂର୍ଣ୍ଣ ଅନୁଦାନ ପ୍ରଦାନ ସହ ଚାକିରୀ ସର୍ତ୍ତାବଳୀ ଲାଗୁ, ସପ୍ତମ ବେତନ କମିସନ ସୁପାରିସ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବିରେ ଆନ୍ଦୋଳନ ଜାରି ରଖିଛି ସ୍କୁଲ କଲେଜ ମିଳିତ ମଞ୍ଚ ।