ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଅଧିନସ୍ଥ ଗୋସେଇଁ ପାଟଣା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ଶ୍ରୀ ସୁନୀଲ କୁମାର ବେହେରା ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ପାତ୍ର ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ଓଷ୍ଟାର ପୂର୍ବତନ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ନାୟକ, ବରେଣ୍ୟ ଅତିଥି ଭାବେ ବେଲି କ୍ଲଷ୍ଟର ସିଆରସିସି ତନଞ୍ଜୟ ପାଣିଗ୍ରାହୀ,ପ୍ରାକ୍ତନ ସିଆରସିସି
ନିତ୍ୟାନନ୍ଦ ପ୍ରଧାନ,ସେକ ମୁସଲିମ,ସମ୍ମାନୀୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ମିଶ୍ର, ସୁଶାନ୍ତ ମିଶ୍ର, ରଜନୀ କାନ୍ତ ଘଡ଼ାଇ, ଶିକ୍ଷକ ଅଜୟ କୁମାର ସେଠୀ, ପ୍ରଲ୍ଲାଦ କୁମାର ବାରିକ, ସମାଜସେବୀ ଯୁଗେଶ୍ୱର ଜେନା, ନାୟେବ ସରପଞ୍ଚ ବାସନ୍ତୀ ଜେନା, ପରିଚାଳନା କମିଟି ଅଧ୍ୟକ୍ଷ ସରୋଜ ପାତ୍ର ପ୍ରମୁଖ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷକ ସୁନିଲ କୁମାର ବେହେରାଙ୍କ ନୀତି,ଆଦର୍ଶ, ତ୍ୟାଗ, ସନୟାନୁବର୍ତିତା, ଛାତ୍ର ବତ୍ସଳ ଏବଂ ସ୍ୱଳ୍ପ ଦରମାରେ ଶିକ୍ଷାଦାନ ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ଶିକ୍ଷକ ଚିନ୍ମୟ କୁମାର ନନ୍ଦ ବେଦ ପାଠ କରିଥିବା ବେଳେ ଶିକ୍ଷକ ଶିବ ଶଙ୍କର ଜେନା ମଞ୍ଚ ଆହ୍ୱାନ, ଅତିଥି ପରିଚୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।