ବରୀ(ସତ୍ୟଜିତ ବାରିକ୍) : ସେ ଏକା ଧାରାରେ ଜଣେ ଭଲ ମୂରବୀ ଆଦର୍ଶ ପିତା ଅଭିଜ୍ଞ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ମଧ୍ୟ ଯେ କୌଣସି ତଥା ଆଦର୍ଶ ବ୍ୟକ୍ତି ଙ୍କ ସରକାରୀ ଚାକିରି ରୁ ଅବସର ହୋଇଥିଲେ ମଧ୍ୟ ବାସ୍ତବ ରେ ତାଙ୍କ ଅବସର ନଥାଏ । ଜୀବନ ହେଉଛି ମୃତୁ ଠାରୁ କରଜ ଆଣିଥିବା କିଛି ସମୟ , ଠିକ୍ ସେମିତି ସରକାରୀ ଚାକିରୀ ହେଉ କିମ୍ବା ନିଜ କର୍ତ୍ତବ୍ୟ ଯେଉଁ ମାନେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରି ଚର୍ଚ୍ଚା କୁ ଆସିଥାନ୍ତି ସେମାନଙ୍କ ମଧ୍ୟ ରୁ ଜଣେ ହେଉଛନ୍ତି ବରୀ ବ୍ଲକ ଅଧିନସ୍ଥ ବୃନ୍ଦାବନ ବିଦ୍ୟାପୀଠ ଉନ୍ନୀତ ଇଂରାଜୀ ବିଦ୍ୟାଳୟ ଏରଡା ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ । ସତେ ଯେମିତି ନିଜର ଜୀବନ ଅପେକ୍ଷା କର୍ତ୍ତବ୍ୟ ତାଙ୍କ ନିକଟରେ ବହୁତ୍ ବଡ ଥିଲା । ବଡ ମଣିଷ ହେବାର ଚିନ୍ତା ଧାରା ନ ନେଇ ଜଣେ ଭଲ ମଣିଷ ହେବାର ଗୌରବ ଅର୍ଜନ କରିଥିବା ଯୋଗୁଁ ଆଜି ତାଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଦେବା ବେଳେ ମଞ୍ଚାସିନ ଥିବା କର୍ମକର୍ତ୍ତାଙ୍କ ସହିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଆଖିରୁ ଗଡୁଥିବା ଅମାନିଆ ଲୁହରୁ ସ୍ପଷ୍ଟ ବାରୀ ହୋଇପଡୁଥିଲା। ଆଜିର ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରା ଙ୍କ ସଭାପତତ୍ବରେ ମୁଖ୍ୟ ଅତିଥି ଭାବେ ବରି ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ, ରତ୍ନାକର ସାହୁ ଙ୍କ ଗଗନ ବିହାରୀ ସାହୁ ଙ୍କ ସହ ଶିକ୍ଷକ ରାମଚନ୍ଦ୍ର ଦ୍ବିବେଦୀ ବନିତା ବେହେରା, ଶିକ୍ଷକ ସଂଘ ର ସମ୍ପାଦକ ଶିଶିର କୁମାର ରାୟ କିଶୋର ଚନ୍ଦ୍ର ସାମଲ ଯୋଗ ଦେଇ ଶ୍ରୀଯୁକ୍ତ ସାହୁ ଙ୍କ ବିଷୟ ରେ ଆଲୋକ ପାତ କରିଥିଲେ। ବିଷ୍ଣୁ ସାର ଙ୍କ ଉପରେ ଆଧାରିତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାମୁନି ମଲ୍ଲିକ ଲିଖିତ ଗୀତ ଟି ବେଶ୍ ପ୍ରଶଂସା ସାଉଁଟି ଥିଲା। ଶେଷରେ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଶ୍ରୀଯୁକ୍ତ ସାହୁ ଙ୍କୁ ଏକ ବିରାଟ ଶୋଭଯାତ୍ରା ରେ ତାଙ୍କ ବାସ ଭବନ ରେ ଛାଡ଼ି ଫେରିଥିଲେ।