ବ୍ୟୁରୋ: ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ରବିବାର ଦିନ ଅଷ୍ଟମ ଥର ପାଇଁ ଏସିଆ କପ୍ ଚମ୍ପିଆନ୍ ହୋଇଛି । ଶ୍ରୀଲଙ୍କାକୁ ଏକତରଫା ଭାବେ ଫାଇନାଲ୍ରେ ପରାସ୍ତ କରି ଭାରତ ସଫଳତା ପାଇଛି। ଗୋଟିଏ ଓଭରରେ ୪ ୱିକେଟ୍ ସଫଳତା ସହିତ ମହମ୍ମଦ ସିରାଜଙ୍କ ବୋଲିଂରେ ଭାରତ ଅଷ୍ଟମ ଥର ଏସିଆ କପ୍ର ବିଜେତା ହୋଇଛି। ଶ୍ରୀଲଙ୍କା ମାତ୍ର ୧୫.୨ ଖେଳିଥିବା ବେଳେ ଭାରତ ୬.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଭାରତୀୟ ଟିମ୍ କୁ ମାତ୍ର ୫୧ ରନ୍ ର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ଟିମ୍ । ଏହାର ଜବାବରେ ଭାରତୀୟ ଟିମ୍ ବିନା କୌଣସି ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଦେଇଥିଲା ।
୨୩ ବର୍ଷ ତଳେ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍କୁ ୩୦୦ ରନ୍ ର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । କିନ୍ତୁ ସେତେବେଳେ ଭାରତୀୟ ଟିମ ମାତ୍ର ୨୬.୩ ଓଭର ଖେଳି ୫୪ ରନ୍ ରେ ଅଲଆଉଟ ହୋଇଯାଇଥିଲା । ଫଳରେ ଶ୍ରିଲଙ୍କା ଟିମ୍ ବିଜୟୀ ହୋଇଥିଲା । ତେବେ ବର୍ତ୍ତମାନ ଶ୍ରିଲଙ୍କାକୁ ହରାଇ ଜିତ୍ ର ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ ।