କଲମ୍ବୋ: ଏସିଆ କପ୍ ସୁପର-୪ର ଆଜି ଅନ୍ତିମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛି ଭାରତୀୟ ଦଳ । ବାଂଲାଦେଶ ୮ୱିକେଟ ହରାଇ ୨୫୬ ରନ କରିଛନ୍ତି । ଚମକ୍ରାର ବୋଲିଙ୍ଗ କରିଛନ୍ତି ସାର୍ଦ୍ଦୁଲ ଠାକୁର । ତେବେ ସାର୍ଦ୍ଦୁଲ ଠାକୁର ୩ଟି ୱିକେଟ ନେଇଛନ୍ତି । ମହମ୍ମଦ ସାମି ୨ ୱିକେଟ । ଜାଡେଜା , ଅକ୍ଷର ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି । ଏହି ମ୍ୟାଚ ଏତେ ଗୁରୁତ୍ବପୂର୍ଣ୍ଣ ନଥିବାରୁ ଭାରତ ପାଞ୍ଚ ପରିବର୍ତ୍ତନ କରିଛି । ସୁର୍ୟ୍ୟକୁମାର ଯାଦବ, ମହମ୍ମଦ ସାମି, ପ୍ରସିଦ୍ଧ କ୍ରୀଷ୍ଣା,ଶାର୍ଦ୍ଦୁଲ ଠାକୁର ଏବଂ ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ବାଂଲାଦେଶ ବିପକ୍ଷ ଦିନିକିଆରେ ତିଲକ ବର୍ମା ଡେବ୍ୟୁ କରିଛନ୍ତି ।
ଗତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା , ଶୁବମାନ ଗିଲ୍ ଓ ବିରାଟ କୋହଲି ବଡ ସ୍କୋର କରିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଈଶାନ କିଷନ ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଚମକ୍ରାର ଖେଳିଥିଲେ । ଦୀର୍ଘ ଦିନ ପରେ କ୍ରିକେଟକୁ ଫେରିବା ପରେ ବି କେ ଏଲ ରାହୁଲ ଚମତ୍କାର ବ୍ୟାଟିଂ ଦେଖାଇଥିଲେ ।