ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏକ ବଡ଼ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି । ଡ୍ରେଜିଙ୍ଗ ଜାହାଜରୁ ପଡ଼ି ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ଘଟିଥିବା ନେଇ ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମୃତକ ହେଲେ ୱାଇ ଅଶୋକ। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ମେରାଇନ ପୁଲିସ।
ସୂଚନା ଅନୁଯାୟୀ, ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ବର୍ଥ ମଧ୍ୟରେ ଡ୍ରେଜିଙ୍ଗ କରିବା ପାଇଁ ଉଦ୍ଧିଷ୍ଟ ଜାହାଜରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ବେଳେ ଦୁଇଜଣ ଟେକ୍ନିସିଆନ୍ ଆସି ପାଣିରେ ବୁଡ଼ି ଏହାକୁ ମରାମତି କରୁଥିଲେ। ଏହି କାର୍ୟ୍ୟ କରୁଥିବା ବେଳେ କୌଣସି କାରଣରୁ ୱାଇ ଅଶୋକଙ୍କ ଅଣ୍ଟାରୁ ଦଉଡ଼ିଟି ଖସିଯିବାରୁ ସେ ବୁଡ଼ିଯାଇ ମୃତ୍ୟୁବରଣ କରିଥିଲେ। ଏ ସଂକ୍ରାନ୍ତରେ ଡ୍ରେଜିଙ୍ଗ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ପାଖରୁ ତାଙ୍କ ମୃତ୍ୟୁକୁ ନେଇ ନେହେରୁ ବଙ୍ଗଳା ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଡିଛି।