ରୋଜ ଡେ, ପ୍ରପୋଜ ଡେ, ଚକୋଲେଟ ଡେ, ଆଉ ଆଜି ହେଉଛି ଟେଡି ଡେ । ପ୍ରେମ ସପ୍ତାହର ଚତୁର୍ଥ ଦିନରେ ପରସ୍ପର ଭିତରେ ପ୍ରେମ ବଢାଇବାକୁ ପ୍ରେମିକ ପ୍ରେମିକା ମାନେ ପରସ୍ପରକୁ ଟେଡି ଦେଇ ନିଜର ଭଲପାଇବା ଜାହିର କରିଥାନ୍ତି ।
ପ୍ରାୟତଃ ଝିଅ ମାନଙ୍କୁ ଟେଡି ବିୟର ବହୁତ ପସନ୍ଦ ହୋଇଥାଏ । ତେଣୁ ନିଜ ସାଥୀକୁ ପିଙ୍କ ରଙ୍ଗର ଟେଡି ଦେଇ ପ୍ରେମିକ ମାନେ ଖୁସି କରିବାକୁ ଚେଷ୍ଟା କରିଥାନ୍ତି । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବାକୁ ଚାହୁଁଛନ୍ତି ତେବେ ଆପଣ ଟେଡି ସହିତ କିଛି ପ୍ରେମପୂର୍ଣ୍ଣ ବାର୍ତ୍ତା ପଠାଇପାରିବେ।
ପ୍ରେମକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବା ପାଇଁ ନିଜର ପ୍ରିୟ ଲୋକଙ୍କୁ ଉପହାର ସ୍ୱରୂପ କିଛି ଦେବାକୁ ପସନ୍ଦ କରନ୍ତି । ଉପହାରର ମାନେ ନୁହେଁ ଯେ ଜଣେ କେବଳ ମହଙ୍ଗା ମହଙ୍ଗା ଉପହାର ଦେବା । କମ ବଜେଟରେ ଜଣେ ନିଜ ସାଙ୍ଗଙ୍କୁ ମନଲୋଭା ଉପହାର ଦେଇପାରିବେ । କମ ବଜେଟ ଉପହାର ତାଲିକାରେ ସାଧରଣତଃ ଫୁଲ, ଚକୋଲେଟ, ଟେଡି ବିୟର ଆଦି ପ୍ରଥମେ ଆସିଥାଏ ।
ଏମଧ୍ୟରୁ ଝିଅ ମାନଙ୍କୁ ଉପହାରରେ ଟେଡି ବିୟର ବେଶୀ ପସନ୍ଦ ଆସିଥାଏ । କେତେ ଜଣ ନିଜର ସବୁ କାମରେ ନିଜ ପାଖରେ ଟେଡି ବିୟର ରଖିଥାନ୍ତି ।ଏହି ଦିନ ଟେଡି ଦେଇ ଆପଣ ସେମାନଙ୍କ ପ୍ରତି ଆପଣଙ୍କର କୃତଜ୍ଞତା ପ୍ରକାଶ କରନ୍ତି ।