ନିଜକୁ ଅଶୁଂଘାତରୁ ରଖନ୍ତୁ ଦୂରେଇ , ଆପଣାନ୍ତୁ ଏହି ଉପାୟ

0

(ରିିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ) : ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅ।।ଗକୁ ଆହୁରି ଖରା ଦିନ ବାକି ରହିଛି । ଏବେଠୁ ବଢିଥିବା ଖରାର ପ୍ରକୋପରେ ଯୋଗଁ ଘରୁ ବାହାରିବା ପାଇଁ ମୁସ୍କିଲ ହୋଇଗଲାଣି । ରାସ୍ତଘାଟରେ ଜନଜିବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଏପରି ସ୍ଥଳରେ ଅଶୁଂଘାତର ଭୟ ଦେଖା ଦେବାରେ ଲାଗିଛି । ପ୍ରବଳ ଖରାତାପ ଯୋଗୁ କେତେକଙ୍କୁ ଅଶୁଂଘାତ ହୋଇଥାଏ। ତେବେ ଏଥିରୁ ରକ୍ଷା ପାଇବା ଲାଗି ରହିଛି କେତେକ ସହଜ ଘରୋଇ ଉପାୟ। ଏହାକୁ ଆପଣାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। ଖରାଦିନେ ସକାଳେ ଲେମ୍ବୁ ସର୍ବତ କିମ୍ବା ଘୋଳ ଦହି ପିଇଲେ ଶରୀରରେ ଜଳସ୍ତର ନିୟନ୍ତ୍ରିତ ହୋଇଥାଏ। ସେହିପରି ଅଭ୍ୟାସ କରି ଖରାଦିନେ ୭-୮ଗ୍ଲାସ୍‌ ପାଣି ପିଇଲେ ମଧ୍ୟ ସୁଫଳ ମିଳିଥାଏ। ଖରାରେ ବାହାରକୁ ବାହାରିବା ସମୟରେ ମୁଣ୍ଡରେ ଧଳା କପଡ଼ା ବାନ୍ଧି ଯିବା ସହିତ ଛତା ବ୍ୟବହାର କଲେ ଖରାତାପରୁ ମୁକ୍ତି ମିଳିଥାଏ। ସେହିପରି ବାହାରକୁ ଯିବା ପୂର୍ବରୁ ଥଣ୍ଡାପାଣି ପିଇ ସାଙ୍ଗରେ ପାଣିବୋତଲ ନେଇ ଯିବା ଆବଶ୍ୟକ। ଖରାଦିନେ ଖାଦ୍ୟ ଖାଇବା ସମୟରେ ପିଆଜ ଖାଇଲେ ଶରୀରରେ ଜଳସ୍ତର ସ୍ବାଭାବିକ ରହିଥାଏ।