କାଳବୈଶାଖୀ ପ୍ରଭାବରେ କମିଲା ତାପମାତ୍ରା

0

ଭୁବନେଶ୍ୱର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କାଳବୈଶାଖୀ ପ୍ରଭାବରେ କମିଲା ତାପମାତ୍ରା । ବିଶେଷ କରି କଟକରେ  ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। କଟକ ସହରର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଛି । ଫଳରେ ତାତିରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ମିଳିଛି ତ୍ରାହି । ଏହା ସହ କୋହଲା ପାଗ ହେବା ସହ ବର୍ଷା ଜାରି ରହିଛି। ଅନ୍ୟପଟେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବି ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି।