ଭୁବନେଶ୍ୱର:୧୫ରୁ ୧୮ତାରିଖ ପର୍ଯ୍ୟନ୍ତ ଅସହ୍ୟ କରିବ ତାତି ।ଆଗାମୀ ୪ଦିନ ନିସ୍ତାର ମିଳିବନି ବୋଲି ପାଣିପାଗ ବିଭାଗ ଦ୍ୱାରା ବିଭାଭ ଦ୍ୱରା ସୂଚନା ମିଳିଛି । କିନ୍ତୁ ଆଗାମୀ ୪ଦିନ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ୱାଭାବିକ ଗରମ ଲାଗି ରହିବ । ଗତକାଲି ୪୦ ଡିଗ୍ରୀ ଉପରେ ୧୬ଟି ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ରାଜ୍ୟବ୍ୟାପୀ ଅସହ୍ୟ ଖରାର ପ୍ରକୋପ ଜାରି ରହିଛି । ବୌଦ୍ଧ ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ।