ରାଜ୍ୟରେ ଗୀଷ୍ମ ପ୍ରବାହ ଜାରି

0

(ରିିପୋର୍ଟସ ଟୁଡେ / ଭୁବନେଶ୍ୱର ) : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରବିବାର ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା। ଝାଞ୍ଜି ପବନ ସାଙ୍ଗକୁ ଅଧିକ ଖରା ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ଆସନ୍ତା ୩ ଦିନ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଗକୁ ଗ୍ରୀଷ୍ଣ ପ୍ରବାହ ଆହୁରି ଅସହ୍ୟ ହୋଇପଡ଼ିବ। ମାଲକାନଗିରିରେ ଗତ କିଛିଦିନ ହେବ ପାରଦ ୪୦ ଡିଗ୍ରୀ ଛୁଉଁଥିବା ବେଳେ ରାଜ୍ୟର ବାକି ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ ବଢ଼ିଥିବା ଦେଖାଯାଇଛି।
ଆସନ୍ତା ୨୬ ଓ ୨୭ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ଼ ଆଦି ସ୍ଥାନରେ କାଳବୈଶାଖୀ ହେବା ସମ୍ଭାବନା ରହିଛି। ୨୮ତାରିଖରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମାଲକାନଗିରି ୪୦ ଡିଗ୍ରୀ ପରେ ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱରରେ ରବିବାର ୩୮.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କଟକ ୩୭.୬, ଅନୁଗୋଳ ୩୭.୧, ବଲାଙ୍ଗୀର ୩୭, ହୀରାକୁଦ ଓ ତାଳଚେର ୩୬.୫, ସମ୍ବଲପୁର ଓ ଝାରସୁଗୁଡ଼ା ୩୬.୧, ସୋନପୁର, କୋରାପୁଟ ଓ ଭବାନୀପାଟଣା ୩୫.୮ ଏବଂ ବାରିପଦା ଓ ସୁନ୍ଦରଗଡ଼ରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବାକି ଅନ୍ୟ ସହରଗୁଡ଼ିକରେ ୩୨ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଜଣାପଡ଼ିଛି।