ରାଜ୍ୟରେ ୩୮ ଡିଗ୍ରୀ ସେଲସିୟସ ପାର କଲା ତାପମାତ୍ରା

0

ଭୁବନେଶ୍ୱର: ରାଜ୍ୟରେ ଏବେଠୁ ଡରାଇଲାଣି ଖରା । ୩୮ ଡିଗ୍ରୀ ସେଲସିୟସ ପାର କଲା ତାପମାତ୍ରା । ବୌଦ୍ଧ ଓ ବଲାଙ୍ଗିରରେ ରେକର୍ଡ କରିଛି ତାତି । ୩୮.୨ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଟପିଛି ତାପମାତ୍ରା । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।
ସୋନପୁର, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା , ହୀରାକୁଦ, ବୌଦ୍ଧ ଓ ବାରିପଦାରେ ୩୭ଡିଗ୍ରୀରୁ ଅଧିକ ରହିଥିଲା ଦିନ ତାପମାତ୍ରା । ମାର୍ଚ୍ଚ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିଲାଣି । ଆଗକୁ ସ୍ଥିତି ଅସମ୍ଭାଳ ହେବା ନେଇ ସମ୍ଭାବନା ରହିଛି ।