ଭୁବନେଶ୍ୱର: କାଳବୈଶାଖୀର ତାଣ୍ଡବ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ। ଲଗାତାର ୨-୪ ଦିନ ବର୍ଷା ଯୋଗୁଁ ତାତିରୁ ମୁକ୍ତି ପାଇଥିଲେ ହେଁ ମଙ୍ଗଳବାରଠାରୁ କାଳବୈଶାଖୀ ବର୍ଷା କମିବା ସହ ତାତି ବଢ଼ିବ। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ। ସେହିଭଳି ରାତି ତାପମାତ୍ରାର ମଧ୍ୟ ବୃଦ୍ଧି ଘଟିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କିଛିଦିନ ତଳେ ବୌଦ୍ଧ ଓ ଝାରସୁଗୁଡ଼ାରେ କ୍ରମାଗତ ପାରଦ ଉପରମୁହାଁ ରହିଥିଲା। କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ତାତି ରହିଥିଲା।