(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବ କ୍ଷେତ୍ର ଭାବେ ସାକ୍ଷୀଗୋପାଳ ବେଶ ଜଣାଶୁଣା । ସୂର୍ୟ୍ୟ ପରାଗ ଗ୍ରହଣ ପାଇଁ ସାକ୍ଷୀଗୋପିନାଥ ଦେବଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମଣିଷଙ୍କ ପାଇଁ ଯେପରି ଗ୍ରହଣ ଦୋଷ ବା ପାକ ନିଷେଧ କରାଯାଇଛି ସେହିପରି ଦେବତାଙ୍କ ପାଇଁ ମଧ୍ୟ ନିୟମ ରହିଛି । ଏହି ସୂର୍ୟ୍ୟ ପରାଗ ପାଇଁ ବୁଧବାର ରାତି ୮ ମଧ୍ୟରେ ବଡ ସିଂହାର କରାଯିବା ପରେ ତଡପଲାଗି କରାଯିବ । ରାତିରେ ଠାକୁରଙ୍କର ପହଡ ପଡିବ ନାହିଁ । ସକାଳ ୮.୨୧ରେ ସୂର୍ୟ୍ୟପରାଗ ବା ଗ୍ରହଣ ଲାଗିବ । ସକାଳ ୮.୩୦ରେ ଗ୍ରହଣ ସ୍ନାନ ଠାକୁରଙ୍କୁ କରାଯିବ ତା ପରେ ଗ୍ରହଣ ଭୋଗ ହେବ । ୯.୧୫ରେ ଠାରୁରଙ୍କୁ ବଡ ସିଂହାର ବେଶ ଆଳତୀ କରାଯାଇ ପହଡ ପଡିବ । ୧୦ ଟାରେ ମନ୍ଦିର ପହଡ ଖୋଲିବା ପରେ ଠାକୁରଙ୍କ ଦୈନଦିନ ନୀତି କାନ୍ତି ଚାଲୁ ରହିଛି ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।