(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ କମରେଇ ପଞ୍ଚାୟତ ଅନ୍ତର୍ଗତ ଦଣ୍ଡସିଂହା ଗମ୍ଭାରିଡିହସ୍ଥିତ ବାବା ବାଲୁଙ୍କେଶ୍ୱର ନିର୍ମାଣଧୀନ ଶିବମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶୂନ୍ୟମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୨୧ ଫେବୃଆରୀ ମନ୍ଦିରର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ବେଳେ ଗର୍ଭମୁଦ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ଦଣ୍ଡସିଂହା ଗ୍ରାମ୍ୟ କମିଟି ତଥା ମନ୍ଦିର ପରଚାଳନା କମିଟି ସଭାପତି ଜଳଧର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କ୍ରମେ ଆଜି ଏହି ଶୂନ୍ୟମୁଦ ଉତ୍ସବ ସଂପାଦନ କରାଯାଇଥିଲା । ଜିଲ୍ଲା ଖଣିଜ ପାଣ୍ଠିରୁ ୮ଲକ୍ଷ ଅନୁଦାନ ମିଳିଥିବା ବେଳେ ଶିବ ଭକ୍ତ ଓ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ବର୍ଷେ ମଧ୍ୟରେ ମନ୍ଦିରର କାରୁକାର୍ଯ୍ୟ କାମ ସରିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶୁରେଶ ଗଡନାୟକ, କୋଷାଧକ୍ଷ ଧରଣିଧର ମହାନ୍ତି, ବିଜୟ ମହାନ୍ତି, ସନ୍ତୋଷ ମହାନ୍ତି, ଲମ୍ବଦର ପ୍ରଧାନ, ଉମାକାନ୍ତ ମହାନ୍ତି, କୃର୍ଷ୍ଣ ଗଡନାୟକ ସମେତ ଅନ୍ୟମାନେ ସାମିଲ ଥିଲେ ।