(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିକାଲି ସମସ୍ତେ ପ୍ରାୟତଃ କିଛି ନା କିଛି ଚିନ୍ତା ଭିତରେ ଜୀବନ ଅତିବାହିତ କରୁଛନ୍ତି । ସେ କର୍ମକ୍ଷେତ୍ରରେ ହେଉ ବା ପାରିବାରକ କ୍ଷେତ୍ରରେ ହେଉ ଚିନ୍ତା ପିଛା ଛାଡ଼ିବାର ନାଁ ନେଉନାହିଁ । ଏଥିରୁ କିପରି ମୁକ୍ତି ପାଇବେ ସେ ନେଇ ସମସ୍ତେ ଉପାୟ ବାହାରକରିବାରେ ବ୍ୟସ୍ତ । ଆଜି ଆମେ ଆପଣଙ୍କୁ କହିବୁ ଚିନ୍ତାରୁ ମୁକ୍ତି ପାଇବାର ଉପାୟ
୧. ରବିବାର, ବୁଧବାର ଏବଂ ଗୁରୁବାର ଏକ ରୁଟି ନେଇ ଏହାକୁ ବିଶି ଆଙ୍ଗୁଠି ଏବଂ ମଝି ଆଙ୍ଗୁଠିରେ ତେଲରେ ବୁଡ଼ାଇ ଦିଅନ୍ତୁ। ଏହି ରୁଟି ନେଇ ଦୁଇଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଯଦି କୁକୁର ଏହି ରୁଟି ଖାଇଲା, ତେବେ ଜାଣନ୍ତୁ ଯେ, ଭୈରବ ବାବାଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ଅଛି। ଯଦି କୁକୁରୁ ରୁଟି ନ ଖାଇ କେବଳ ଶୁଙ୍ଘି ଦେଇ ଚାଲିଗଲା ତେବେ ପୁନର୍ବାର ରବି, ବୁଧ ଏବଂ ଗୁରୁବାରରେ ଏମିତି ଉପାୟ ଅବଲମ୍ବନ କରନ୍ତୁ।
୨. ଗୁରୁବାର ୫ଟି ଲେମ୍ବୁ ଭୈରବନାଥଙ୍କ ଉପରେ ଚଢ଼ାନ୍ତୁ। ନିଶ୍ଚିତ ଶୁଭଫଳ ଲାଭ କରିବେ।
୩. ଶନିବାର ରାତିରେ ବିରିରେ ବରା ତିଆରି କରି ଏକ ପାତ୍ରରେ ଘୋଡ଼ାଇ ରଖନ୍ତୁ। ଆଉ ରବିବାର ସକାଳୁ କାହାକୁ କିଛି ନ କହି ରାସ୍ତାରେ ପ୍ରଥମେ ଯେଉଁ କୁକୁରକୁ ଦେଖିବେ ତାକୁ ଖାଇବାକୁ ଦେଇଦିଅନ୍ତୁ। ମନେ ରଖନ୍ତୁ କୁକୁରକୁ ଖାଇବାକୁ ଦେଇସାରିବା ପରେ ପଛକୁ ଯେମିତି ଫେରି ନଚାହିଁବେ। ଏପରି ପ୍ରତିକାର କେବଳ ରବିବାରରେ କରିବେ। ତେବେ ଯାଇ ଶୁଭଫଳ ପ୍ରାପ୍ତି ହେବ।