(ମମତା ସାମଲ)ରିପୋର୍ଟସଟୁଡେ: ସୁନ୍ଦରଗଡ ଜିଲ୍ଲା କନିକା ଫାଣ୍ଡିରେ ଲୋକମାନେ ଲଙ୍ଗାକାଣ୍ଡ ଘଟାଇଛନ୍ତି । ଦୁର୍ଘଟଣାରେ ଜଣେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଜନତା ଫାଣ୍ଡିରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ୨ଟି ଗାଡିକୁ ପୋଡି ଦେଇଛନ୍ତି । ପୋଲିସ ସମସ୍ତଙ୍କୁ ବୁଝାସୁଝା କରିବା ସହିତ ଥାନାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।
ସୂଚନାଅନୁଯାୟୀ ,ସୁନ୍ଦରଗଡ଼ ହେମଗିରି ଥାନା ଅନ୍ତର୍ଗତ କନିକାରେ ସ୍କର୍ପିଓ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ଏହା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଜବତ ସ୍କର୍ପିଓ ଗାଡ଼ିକୁ ପୋଲିସ ଛାଡ଼ିଦେବା ପ୍ରତିବାଦରେ ବିକ୍ଷୋଭ କରିଛନ୍ତି । ଥାନାରେ ଭଙ୍ଗା ରୁଜା କରିବା ସହ ପୋଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଅଭିଯୁକ୍ତକୁ ତୁରନ୍ତ କରିବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଥାନାରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।